No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) କଟକ :- କମିଶନରେଟ ପୋଲିସ ଜଗତପୁର ଥାନା ପକ୍ଷରୁ ସୋମବାର ରାତିରେ ଦୁଇଜଣ ଯୁବକଙ୍କୁ ଗିରଫ କରିବା ସହ , ଲକ୍ଷ୍ୟ।ଧିକ ଟଙ୍କା ମୂଲ୍ୟର ୧୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଗିରଫ ଯୁବକ ଦୁଇଜଣ ହେଲେ ଜଗତପୁର ଥାନା ଫକିରପୁର ପଣ୍ଡାସାହିରର ସୁଧିର କୁମାର ମହାନ୍ତି ମୁଖ୍ୟ ଅଭିଯୁକ୍ତ ହୋଇଥିଲା ବେଳେ,ତାଙ୍କର ସହଯୋଗୀ ଚୌଦାର ଥାନା ଅନ୍ତର୍ଗତ ଶାଳଗାଁ ନଖରା ଗ୍ରାମର ବିକ୍ରମ ସାମଲ ।

ଏ ଦୁଇ ଜଣ ଗତକାଲି ରାତି ୯ଟାରେ ଜଗତପୁର ଗୋଲେଇ ଛକ ନିକଟସ୍ଥ ଏକ ଚା ଦୋକାନ ପାଖରେ , ବ୍ରାଉନସୁଗାର ବିକ୍ରି କରିବା ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିବା ଖବର ଜଗତପୁର ଥାନା ଆଇଆଇସି ପାଇଥିଲା । ଖଵର ପାଇ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ଦୁଇ ଯୁବକଙ୍କୁ ଧରି ଥାନାକୁ ନେଇଥିଲେ । ସେଠାରେ ପଚରାଉଚରା ପରେ ତାଙ୍କ ନିକଟରୁ ବ୍ରାଉନସୁଗାର ଜବତ କରିଥିଲା ବୋଲି , ମଙ୍ଗଳବାର କଟକ ଡିସିପି ପ୍ରତିକ ସିଂହ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

ଆଜି ଗିରଫ ଦୁଇ ବ୍ରାଉନସୁଗାର ବେପାରୀ ଙ୍କ ବିରୁଦ୍ଧରେ ଜଗତପୁର ଥାନାରେ, ଏନଡିପିଏସ୍ ଆକ୍ଟ ୨୧ରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋନ୍-୧ ଏସିପି ଅମରେନ୍ଦ୍ର ପଣ୍ଡା, ଜଗତପୁର ଆଇଆଇସି ଉପସ୍ଥିତ ଥିଲେ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।
No Result
View All Result