No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର) କଟକ :- ଅବକାରୀ ଫ୍ଲାଇଙ୍ଗ ସ୍କ।ର୍ଡ଼ ଟିମ ରବିବାର ଦିନ ବିପୁଳ ପରିମାଣର ଚୋରା ଗଞ୍ଜେଇ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ, ସୋମବାର ସକାଳ ସାଢେ଼ ୫ଟାରେ କଟକ -ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର , ଗୋପାଳପୁର ନିକଟରୁ ୧୬୨ କେଜି ଗଞ୍ଜେଇ ସହ , ଓଡି-୦୨-ୟୁ-୩୪୩୫ ନମ୍ବର ବିଶିଷ୍ଟ ଏକ ମାରୁତି କ୍ରେଜି କାରକୁ ଜବତ କରିଛି । ଏହି ଘଟଣାରେ ସଂପୃକ୍ତ ଜଣକୁ ଗିରଫ କରି ପଚରାଉଚରା ଚଳାଇଛି ।
ଧରାପଡିଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ୍ୟ ଟଙ୍କାର ହେବ ବୋଲି କଟକ ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ସିଦ୍ଧେଶ୍ୱର ବେଶ୍ରା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । କିଛି ଦିନଧରି ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇଥିବାରୁ , ଏହାକୁ ରୋକିବା ପାଇଁ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍ୱ।୍କର୍ଡ଼ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କଡ଼ା କଡ଼ାକଡ଼ି କରାଯାଇଛି । ଗୋପାଳପୁର ଠାରେ ପାଟ୍ରୋଲିଂ ଚାଲିଥିଲା ବେଳେ ସନ୍ଧେହ ଜନକ ଗାଡ଼ି ଗୁଡିକୁ ଅଟକା ଯାଉଥିଲା ।
ଅଟକ କାରକୁ ତନଖି କରିବାରୁ କାର ଭିତରେ ଗଞ୍ଜେଇ ଥିବା ଜଣା ପଡିଥିଲା । ଧରାପଡିଥିବା ଯୁବକ ଗଞ୍ଜେଇ ଧରାକୋଟ ଗଞ୍ଜାମ ରୁ ବାଲଶ୍ୱର ନେଇ ଯାଉଥିବା ଜଣାପଡିଛି । ଏହି ଚଢ଼ାଉରେ ଅବକାରୀ ଡେପୁଟି ସୁପରିଟେଣ୍ଡେଣ୍ଟ ସିଧେଶ୍ୱର ବେଶ୍ରା, ଅବକାରୀ ଆଇଆଇସି ସୁଶାନ୍ତ କୁମାର ପାଢ଼ୀ , ଉମାକାନ୍ତ ସ୍ୱାଇଁ, ସଚିନ ବେହେରା, ମନୀଷା ଭୋଳ, ନଟବର ମଲ୍ଲିକ,ସକୀର ଉଲ୍ଲା, ଦିଲ୍ଲୀପ ନନ୍ଦ ଆଦି ଉପସ୍ଥିତ ଥିଲେ । (ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )
No Result
View All Result