ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା :- ଉପର ମଣିନାଗ ରେ ବିଶ୍ୱଶାନ୍ତି ମହାଯଜ୍ଞ ରଣପୁର,ନୟାଗଡ ଜିଲା୍ଲ ରଣପୁର ମଣିନାଗ ପାହାଡ ଶିଖରରେ ନୀଳମାଧବଙ୍କ ଚକାଶିଳା ବିଶ୍ୱବସୁଙ୍କ ସାନ ଭାଇ ବିଶ୍ୱବାସବ ଦ୍ୱାରା ପ୍ରତିଷ୍ଠିତ ହୋଇ ମା’ ମଣିନାଗ ରୂପେ ପୂଜା ପାଉଛନ୍ତି । ସେତେବେଳେ ଏହି ପାହାଡକୁ ଯିବା ଦୁଃସାଧ୍ୟ ଥିବାବେଳେ ଏବେ ରାଜ୍ୟ ସରକାର ରାସ୍ତା ନିର୍ମାଣ କରିଛନ୍ତି । ଯାହାଫଳରେ ବିଭିନ୍ନ ପର୍ବପର୍ବାଣି ସେଠାରେ ଧୁମ୍ଧାମ୍ରେ ପାଳିତ ହେଉଛି ।

ସେଠାରେ ଦୀର୍ଘ ୧୫ ବର୍ଷ ହେଲା ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି ମହାଯଜ୍ଞ ମାର୍ଚ୍ଚ ୧୧ ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ମୀନ ସଂକ୍ରାନ୍ତିରେ ଗୋଧୂଳି ସମୟରେ ପୁର୍ଣ୍ଣାହୂତି ଅନୁଷ୍ଠିତ ହୋଇଯାଇଅଛି । ରଣପୁର ତଳ ମଣିନାଗ ପୀଠ ଠାରୁ ପ୍ରାୟ ୫ କିଲୋମିଟର ଉଚରେ ମଣିନାଗ ପର୍ବତ ଶିଖରରେ ଏହି ପୀଠ ରହିଅଛି । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଆଜି ଚାଲି ଚାଲି ଓ ଗାଡି ମଟରରେ ପାହାଡ ଉପରକୁ ଯାଇ ଏହି ମହାଯଜ୍ଞ ପୂର୍ଣ୍ଣାହୂତିରେ ଅଂଶ ଗ୍ରହଣ କରିଥିଲେ ।















