• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଦେଶର ପ୍ରଥମ ଘରୋଇ ପାୱାର ହାଉସ ଥିଲା : ଏବେ ମଧ୍ୟ ବିଜୁଳି ଉତ୍ପାଦନ ପାଇଁ ବ୍ୟବହାର ହୋଇଥିବା ଜର୍ମାନୀର ମେସିନଗୁଡ଼ିକ ଖତ ଖାଇ ପଡ଼ିରହିଛି

Proprietor Abhimanyu Maharana by Proprietor Abhimanyu Maharana
March 15, 2021
in ଓଡ଼ିଶା, କଳାହାଣ୍ଡି, ହୋମ୍
0
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଦେଶର ପ୍ରଥମ ଘରୋଇ ପାୱାର ହାଉସ ଥିଲା : ଏବେ ମଧ୍ୟ ବିଜୁଳି ଉତ୍ପାଦନ ପାଇଁ ବ୍ୟବହାର ହୋଇଥିବା ଜର୍ମାନୀର ମେସିନଗୁଡ଼ିକ ଖତ ଖାଇ ପଡ଼ିରହିଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) ଭବାନୀପାଟଣା :- କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଦେଶର ପ୍ରଥମ ଘରୋଇ ପାୱାର ହାଉସ ଥିଲା । ଗାନ୍ଧୀଛକ ନିକଟରେ ଥିବା ଏହି ପାୱାର ହାଉସ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓଙ୍କ ଉଦ୍ୟମ କ୍ରମେ ଆରମ୍ଭ ହୋଇଥିଲା । ଏବେ ମଧ୍ୟ ବିଜୁଳି ଉତ୍ପାଦନ ପାଇଁ ବ୍ୟବହାର ହୋଇଥିବା ଜର୍ମାନୀର ମେସିନଗୁଡ଼ିକ ଖତ ଖାଇ ପଡ଼ିରହିଛି । ଇତିହାସର ମୂକସାକ୍ଷୀ ପାଲଟିଥିବା ଏହି ପାୱାର ହାଉସ କଳାହାଣ୍ଡିବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ । ପ୍ରକାଶ ଯେ, ୧୯୧୦ ମସିହାରେ ପଞ୍ଜାବର ଗୁରୁଦାସପୁର ଜିଲ୍ଲା ଶେଖମାର ସର୍ଦାର ପାଲା ସିଂହଙ୍କୁ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓ ଭବାନୀପାଟଣା ଆଣିଥିଲେ । ପାଲା ସିଂ ଜଣେ ଏଲେକ୍ଟ୍ରିକ୍‌ ମେକାନିକାଲ ଇଞ୍ଜିନିୟର ଥିଲେ। କଳାହାଣ୍ଡି ମହାରାଜାଙ୍କ ବୈଷୟିକ ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରୁଥିଲେ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ବିଜୁଳି ଆଲୁଅ ପାଇଁ ଜେନେରେଟର ସାହାଯ୍ୟରେ ବିଦ୍ୟୁତ ଉତ୍ପାଦନ ନିମନ୍ତେ ପାୱାର ହାଉସ ସ୍ଥାପନ କରାଯାଇଥିଲା ।

ଗାନ୍ଧୀଛକ ନିକଟରେ ୧୯୨୫ ମସିହାରେ ପାୱାର ହାଉସ ନିର୍ମାଣ ହୋଇଥିଲା । ବର୍ତ୍ତମାନର ଗାନ୍ଧୀଛକ ନିକଟରେ ଥିବା ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ପାୱାର ହାଉସଠାରୁ ସହରକୁ ବିଜୁଳି ଯୋଗାଣ ହେଉଥିଲା । ବର୍ତ୍ତମାନ ଏଠାରେ ବିଦ୍ୟୁତ ବିଭାଗର ପାୱାର ହାଉସ ସବ୍‌ଡିଭିଜନ କାର୍ଯ୍ୟାଳୟ ଚାଲୁଛି। ୧୯୨୫ ମସିହାରେ ଆରମ୍ଭ ହୋଇଥିବା ଦେଶର ଘରୋଇ ପାୱାର ହାଉସ ନିର୍ମାଣରେ ଜର୍ମାନ ମେସିନଗୁଡ଼ିକ ଲାଗିଥିଲା । ପ୍ରଥମ ପର୍ଯ୍ୟାୟରେ ପାୱାର ହାଉସଠାରୁ ରାଜବାଟି ଏବଂ ରାଜବାଟିଠାରୁ ବର୍ତ୍ତମାନର ମେଟରନିଟି ୱାର୍ଡ ପର୍ଯ୍ୟନ୍ତ ବିଭିନ୍ନ ଛକରେ ଲୁହା ପାଇପରେ ବିଜୁଳି ବତି ଲଗାଯାଇଥିଲା । ସନ୍ଧ୍ୟା ହେଲେ ପାୱାର ହାଉସର ଜେନେରେଟର ଶବ୍ଦ ଆରମ୍ଭ ହେବା ପରେ ଛକମାନଙ୍କର ବିଜୁଳି ବତି ଜଳି ଉଠୁଥିଲା । କଳାହାଣ୍ଡି ମହାରାଜାଙ୍କ ଉଦ୍ୟମ ଏବଂ ସର୍ଦାର ପାଲା ସିଂହଙ୍କ ମାର୍ଗଦର୍ଶନରେ ଭବାନୀପାଟଣାର ବିଦ୍ୟୁତ୍‌କରଣ ଆରମ୍ଭ ହୋଇଥିଲା ।

୧୯୪୭ ମସିହା ପରେ ଏହାର ଗୋଟିଏ ମେସିନ ଭୁବନେଶ୍ୱର ପାୱାର ହାଉସକୁ ନିଆଯାଇଥିଲା । ସେହିଭଳି ଅନ୍ୟ ଏକ ମେସିନ ଭୁବନେଶ୍ୱର ରାଜଭବନ ପରିସରକୁ ନିଆଯାଇଥିଲା । ଭବାନୀପାଟଣା ସହରର ଆଲୋକୀକରଣ ସେତେବେଳେ ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ପରେ ପାୱାର ହାଉସରୁ ବାହାଦୁର ବଗିଚା ପଡ଼ା, ମନ୍ଦାର ବଗିଚା ପଡ଼ା ଓ ଅନ୍ୟ ପଡ଼ାମାନଙ୍କୁ ମଧ୍ୟ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ହୋଇଥିଲା । ଭବାନୀପାଟଣା ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଦେଶ ପାଇଁ ଏକ ନିଆରା ଅନୁଭୂତି ଥିଲା । ଯେତେବେଳେ ଦେଶରେ କାରିଗରୀ କୌଶଳ ବିକଶିତ ହୋଇ ନଥିଲା  କଳାହାଣ୍ଡି ଜିଲ୍ଲାରେ ୯୬ ବର୍ଷ ପୂର୍ବରେ ସହରର ବିଭିନ୍ନ ଛକକୁ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ । ମେକାନିକାଲ ଇଞ୍ଜିନିୟର ସର୍ଦାର ପାଲା ସିଂହ ପଞ୍ଜାବରୁ ଆସି ଭବାନୀପାଟଣା ସହରବାସୀଙ୍କ ଆଲୁଅ ଦେଖାଇବା ଇତିହାସର ସ୍ବର୍ଣ୍ଣିମ ଅକ୍ଷରରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ ।

ନେପାଳ ମହାରାଜାଙ୍କର ଏକ ଗାଡ଼ି ଜଳ ଜାହାଜ ଯୋଗେ କଲିକତା ବନ୍ଦରରେ ପହଞ୍ଚିଥିଲା । ସେତେବେଳେ କଲିକତାଠାରୁ ନେପାଳକୁ ନେବା ପାଇଁ କଳାହାଣ୍ଡି ମହାରାଜାଙ୍କ ସହାୟତା ଲୋଡ଼ିଥିଲେ । କଳାହାଣ୍ଡି ମହାରାଜା ସର୍ଦାର ପାଲା ସିଂହଙ୍କୁ ଏଥିରେ ସହଯୋଗ କରିବା ପାଇଁ କଲିକତା ପଠାଇଥିଲେ । ସର୍ଦାର ପାଲା ସିଂହ କଲିକତାରେ ପହଞ୍ଚି ନୂଆ ଗାଡ଼ିକୁ ସଡ଼କ ପଥରେ ନେପାଳରେ ପହଞ୍ଚାଇ ଥିଲେ । ଏଥିପାଇଁ ନେପାଳ ମହାରାଜା ସର୍ଦାର ପାଲା ସିଂହଙ୍କୁ ଶ୍ରେଷ୍ଠ ଡ୍ରାଇଭର ଓ ଶ୍ରେଷ୍ଠ ମେକାନିକ ଭାବେ ପୁରସ୍କୃତ କରିଥିଲେ । ସେହିଭଳି କଳାହାଣ୍ଡି ମହାରାଜ ମଧ୍ୟ ପାଲା ସିଂହଙ୍କୁ ବିଭିନ୍ନ ସମୟରେ ସମ୍ମାନିତ କରିଛନ୍ତି । ଭବାନୀପାଟଣା ସହରର ଘରୋଇ ପାୱାର ହାଉସ ଇତିହାସ ପାଲଟିଯାଇଛି । କିନ୍ତୁ ଏହାର ଉଦ୍ୟମ ଓ କାରିଗରୀ କୌଶଳ ସ୍ମୃତି ହୋଇ ରହିଛି । ଏଭଳି ସ୍ଥିତିରେ ବର୍ତ୍ତମାନ ମଧ୍ୟ ମେସିନଗୁଡ଼ିକର ଅବଶିଷ୍ଟ ଯନ୍ତ୍ରାଂଶ ଏକ ଅନ୍ଧାରୁଆ ଗର୍ଭଗୃହରେ ପଡ଼ି ଖତ ଖାଉଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version