No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) ପୁରୀ :- ପୁରୀ ଶ୍ରୀ ମନ୍ଦିର ଆସିଥିଲେ କି ଜାତିର ପିତା ମହାତ୍ମା ଗାନ୍ଧି । ଏ ନେଇ ଦୀର୍ଘ ଦିନ ହେବ ସସପେନ୍ସ ଜାରି ରହିଥିବା ବେଳେ ଏହା ଏହା ଉପରେ ପର୍ଦା ଉଠିଛି । ମହାତ୍ମା ଗାନ୍ଧି ପୁରୀ ଆସିଛନ୍ତି ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହାର ମଧ୍ୟ ଠୋସ୍ ପ୍ରମାଣ ମିଳିଛି । ଗୁଜରାଟ ଯାତ୍ରୀପଣ୍ଡା ରଘୁନାଥଙ୍କ ନଥିପତ୍ରରୁ ଏହି ପ୍ରମାଣ ମିଳିଛି । ସେପଟେ ମହାତ୍ମାଗାନ୍ଧୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସିନଥିବା ଯେଉଁ ପ୍ରଚାର ହେଉଛି, ତାହା ପୂରା ମିଥ୍ୟା । ଆଫ୍ରିକାରେ ଥିବାବେଳେ ଏକ ପତ୍ରିକାରେ ଶ୍ରୀଜଗନ୍ନାଥଙ୍କୁ ନେଇ ଗାନ୍ଧି ନିଜର ଭାବନା ବ୍ୟକ୍ତ କରିଛନ୍ତି ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ସମନ୍ୱୟ ପ୍ରତୀକ ଵୋଲି ବିବେଚନା କରିଛନ୍ତି ବୋଲି ଗାନ୍ଧୀବାଦୀ ଲେଖକ ।
ସ୍ୱାଧୀନତା ସଂଗ୍ରାମ କାଳରେ ମୋଟ ୮ଥର ଓଡିଶା ଆସି ଏଇ ମାଟିର ଜନଜୀବନକୁ, ଗରିବୀ ଓ ଦୁଃଖ ଦୁର୍ଦ୍ଦଶାକୁ ଅତି ପାଖରୁ ଦେଖିଛନ୍ତି । ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ଗସ୍ତ ଓ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଏବଂ ଓଡିଶା ଆଗମନର ଶତବାର୍ଷିକୀ ଚଳିତ ବର୍ଷ ପାଳନ ହେଉଛି । ମହାତ୍ମାଗାନ୍ଧୀ ଓଡ଼ିଶାକୁ ବେଶ ଭଲପାଆନ୍ତି ତାର ଅନନ୍ୟ ନିଦର୍ଶନ ହେଉଛି । ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଅନୁରକ୍ତି, ଭକ୍ତି ଓ ଭାବ ଯାହା ଦେଖିବାକୁ ମିଳିଥିଲା । ୧୯୨୧ ମସିହା ମାର୍ଚ୍ଚ ୨୭ ତାରିଖରେ ଗାନ୍ଧୀ, କସ୍ତୁରବା ଏବଂ ସାନ ପୁଅ ଦେବଦାସଙ୍କ ସହ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଗର୍ଭଗୃହ ଭିତରକୁ ଯାଇ ଦର୍ଶନ କରି ତାଙ୍କର ଭକ୍ତି ଅର୍ଘେ ପ୍ରଦାନ କରିଥିଲେ । ଯାହାର ପ୍ରମାଣ ଗୁଜୁରାଟ ପଣ୍ଡାଙ୍କ ନଥିପତ୍ରରୁ ମିଳିଛି । ମହାତ୍ମାଙ୍କ ଶହେ ବର୍ଷ ତଳର ସେହି ଦୁର୍ମୁଲ୍ୟ ହାତ ଲେଖା ଓ ଦସ୍ତଖତ ଉପରେ ରଘୁନାଥଙ୍କ କହିବା ଅନୁଯାୟୀ, ଏହା ତାଙ୍କ ଜେଜେ ଗୋପୀନାଥ ଗୋଚ୍ଛିକାରଙ୍କ ସମୟର କଥା ଯାହାକୁ ସେ ଆଜି ଯାଏ ସାଇତି ରଖିଛନ୍ତି ।
୧୯୨୧ ମାର୍ଚ୍ଚ ୨୩ ତାରିଖରେ ପ୍ରଥ ଥର ପାଇଁ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧି । ଯାହା ପରେ ଗାନ୍ଧି ୨୬ରୁ ୨୮ ପର୍ଯ୍ୟନ୍ତ ପୁରୀରେ ରହିଥିଲେ । ଏହି ସମୟରେ ପୁରୀ ବଡ଼ଦାଣ୍ଡରେ ଗାନ୍ଧିଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏପରିକି ବାପୁ ଓ କସ୍ତୁରବାଙ୍କୁ ପାଛୋଟି ନେବାକୁ ଗଜପତିଙ୍କ ହାତୀ, ଘୋଡ଼ା, ଛତା ଓ ଛତ୍ରୀର ଆୟୋଜନ କରାଯାଇଥିବା କହିଛନ୍ତି ଐତିହାସିକ ଓ ଗାନ୍ଧୀବାଦୀ । ଶ୍ରୀକ୍ଷେତ୍ର ଧାମରେ ତିନିଦିନ ଅବସ୍ଥାନ କାଳରେ ଦ୍ୱିତୀୟ ଦିନ ଅର୍ଥାତ୍ ୨୭ ତାରିଖରେ ମହାତ୍ମା ଗାନ୍ଧି ଶ୍ରୀମନ୍ଦିର ଯାଇଥିଲେ । ତେଣୁ ଗାନ୍ଧୀ କେବେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ନଥିବା ନେଇ ଯେଉଁ କୁହାଯାଏ ତାହା ଭ୍ରମାତ୍ମକ ବୋଲି କହିଛନ୍ତି ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ପରିଡା । ଏପରିକି ରାଜ୍ୟରେ ଏବର୍ଷ ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ହେଉଥିଲା ବେଳେ ପୁରୀରେ ବି ପୁରୀ ଗସ୍ତର ଶତବାର୍ଷିକୀ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା କହିଛନ୍ତି ସର୍ବୋଦୟ ମେଳା କମିଟିର ସଭାପତି ।
No Result
View All Result