No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ ,ରବିବାର ) ଭୁବନେଶ୍ୱର :- ବିଧାନସଭାରେ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଫଳରେ ଗୃହ ଅଚଳ ହୋଇଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବି ଘୋଷଣା ହୋଇଥିଲା । ତେବେ ହଟ୍ଟଗୋଳ ଭିତରେ ୮ଟି ବିଲ୍ ଉପସ୍ଥାପନ କରାଯାଇଥିଲା । ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଓ ହଟ୍ଟଗୋଳ ଭିତରେ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅପରାହ୍ଣ ୪ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହି ସମୟରେ ୮ଟି ବିଲ୍ ଉପସ୍ଥାପନ ହୋଇଥିଲା । ତେବେ ଗୃହରେ ଉଭୟ ଶାସକ ଏବଂ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ତେଣୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଥିଲେ ।
ପୂର୍ବାହ୍ନ ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଉଭୟ ଶାସକ ଓ ବିରୋଧୀ ପୁଣି ଗୃହରେ ହଙ୍ଗାମା କରିଥିଲେ । ଫଳରେ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା । ପ୍ରଥମଥର ପାଇଁ ଶାସକ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହଙ୍ଗାମା କରିଥିଲେ । ଗତକାଲି ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ବିଜେଡି ବିଧାୟକମାନେ ପ୍ରଥମେ ନିଜ ନିଜ ଆସନରେ ବସି ପାଟିତୁଣ୍ଡ କରିଥିଲେ । ଏହାପରେ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଙ୍ଗାମା କରଥିଲେ । ବିରୋଧୀ ଦଳର ସଦସ୍ୟଙ୍କ ଏଭଳି ଆଚରଣ ଗୃହର ମର୍ଯ୍ୟାଦା ଭଙ୍ଗ କରିଛି ବୋଲି ଶାସକ ଦଳର ସଭ୍ୟମାନେ ଅଭିଯୋଗ ଆଣିଛନ୍ତି । ଅପରପକ୍ଷରେ ପୁଣି ମଣ୍ଡି ଓ ଚାଷୀ ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ସଦସ୍ୟ ମଧ୍ୟ ଗୃହ ଭିତରେ ପ୍ରବଳ ପାଟିତୁଣ୍ଡ କରିଥିଲେ । ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଫଳରେ ଗୃହ ବାରମ୍ବାର ମୁଲତବୀ ଯୋଗୁଁ ଚାଲିପାରିନଥିଲା ।
No Result
View All Result