No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ ରବିବାର) ଭୁବନେଶ୍ୱର :- କମିଶନରେଟ୍ ପୋଲିସକୁ ଆଉ ଏକ ସଫଳତା । ୧୩ବର୍ଷ ତଳର ହତ୍ୟାକାଣ୍ଡ ଘଟଣାର ଗୁମର ଖୋଲିଛି ପୋଲିସ । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ରାଜଧାନୀର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ମହାନ୍ତି ହତ୍ୟା ମାମଲା । ହତ୍ୟାକାଣ୍ଡର ୧୩ବର୍ଷ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ପୂର୍ବରୁ ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଆଉ ଏବେ ଆଉ ଜଣେ ଅଭିଯୁକ୍ତକୁ ଧରିବାର ସଫଳ ହୋଇଛି କମିଶନରେଟ୍ ପୋଲିସ ସ୍ପୋଶାଲ ସ୍କ୍ୱାର୍ଡ । ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଣି ଖୋଲିଲା ଫାଇଲ୍ ।
ଖବର ଅନୁଯାୟୀ, ୧୩ବର୍ଷ ତଳେ ସଙ୍ଗୀତ ନିର୍ଦ୍ଦେଶ ସୁମନ୍ତ ମହାନ୍ତିଙ୍କ ଗାଡି ଏକ ନଦୀପଠାରୁ ମିଳିଥିଲା । ଏବଂ ସେଥିରେ ସୁମନ୍ତଙ୍କ ମୃତଦେହ ମିଳିଥିଲା । ଯାହାପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଥିଲା । ତେବେ ତଦନ୍ତର କିଛି ଦିନ ପରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ଆଉ ଜଣଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା । ତେବେ ହତ୍ୟା ଘଟଣାର ୧୩ବର୍ଷ ପରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଯାହାକି ପୋଲିସ ପାଇଁ ଏକ ବଡ଼ ସଫଳତା ।
No Result
View All Result