No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଳି ସାହି ଗତିଶ୍ଵର୍ ଡିଗ୍ରୀ ମହାବିଦ୍ୟାଳୟ ରେ ଦଶପଲ୍ଲା ବିଧାୟକ ଙ୍କ ଏମ୍ ଏଲ ଏ ଲ୍ୟାଡ୍ ରେ ନିର୍ମିତ ହେବାକୁ ଥିବା ଗ୍ରନ୍ଥାଗାର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଅଲେଖ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗ୍ରନ୍ଥାଗାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଛାତ୍ର ଛାତ୍ରୀ କିପରି ଉଜ୍ଜ୍ୱଳ ଭବିଷ୍ୟତ ଗଢିବେ ସେ ଉପରେ ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଦିଗ୍ ଦର୍ଶନ ଦେଇଥିଲେ।ତତ୍ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସଫଳ ରୂପାୟନ ରେ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ। ଶୈଖିକ ପରିବେଶ ଉପରେ ଗୁରୁତ୍ୱାରୋପ କରିବା ସହ ଶିକ୍ଷା ର ମାନ ବୃଦ୍ଧିପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ପ୍ରଚେଷ୍ଟା କୁ ଦଶପଲ୍ଲା ବିଧାୟକ ପ୍ରଶଂସା କରିଥିଲେ ।

ତତ୍ ସହିତ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅଧ୍ୟାପକ ,ଅଧ୍ୟାପିକା ମାନେ ପ୍ରଚେଷ୍ଠା ଜାରି ରଖିବା ପାଇଁ ଦଶପଲ୍ଲା ବିଧାୟକ ପରାମର୍ଶ ଦେଇଥିଲେ । ମଞ୍ଚାସୀନ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,+୩ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର କର,+୨ ଅଧ୍ୟକ୍ଷା ଅମିତା ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ । ସୁରେନ୍ଦ୍ର ନାଥ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିବରାମ ପଢ଼ିଆଳି,ପ୍ରିୟବ୍ରତ ସେନାପତି,

ବିଜୟ କୁମାର ବିଶ୍ବାଳ,ସୁଶାନ୍ତ କୁମାର ପାତ୍ର,ନମିତା କୁମାରୀ ନାୟକ,ସୁଶାନ୍ତ କୁମାର ମାଝୀ,ଜ୍ୟୋତି ରଞ୍ଜନ ଭୂୟାଁ,ଦିଲ୍ଲୀପ କୁମାର ମହାନ୍ତି, ପ୍ରଶାନ୍ତ କୁମାର ବେହେରା,ଲୋକନାଥ ରାଉତ,ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଅଧ୍ୟାପକ ,ଅଧ୍ୟାପିକା ଏବଂ କିରାଣି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଗତିଶ୍ଵର୍ ଡିଗ୍ରୀ ମହାବିଦ୍ୟାଳୟ ରେ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନିଜସ୍ଵ ଏମ୍ ଏଲ୍ ଏ ଲ୍ୟାଡ୍ ପ୍ରଦାନ କରିଥିବାରୁ ଅଞ୍ଚଳ ବାସୀ , ଅଭିଭାବକ ଏବଂ ଛାତ୍ର ଛାତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )

No Result
View All Result