ବରଗଡ଼ ସା°ସଦ ସୁରେଶ ପୂଜାରୀ ଙ୍କ ଜନଶୁଣାଣୀ

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ , ରବିବାର ) ବରଗଡ଼ :-  ବରଗଡ଼ ସା°ସଦ ସୁରେଶ ପୂଜାରୀ ଆଜି ତାଙ୍କ ସରକାରୀ କାର୍ଯ୍ୟାଳୟ ଠାରେ ଜିଲ୍ଲା ର ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକଙ୍କ ସମାଧାନ ପାଇଁ ଜନଶୁଣାଣୀ କରିଥିଲେ । ବରଗଡ଼ ସଦର ମହକୁମା ଉପ ଜିଲ୍ଲାପାଳ ଙ୍କ ପରିସରରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ ରେ ଉକ୍ତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଲାର ଅନେକ ଅଧିକାରୀ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ଆପତ୍ତି ଅଭିଯୋଗ ଓ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଥିଲେ । ଜନଶୁଣାଣୀ ଶିବିରରେ ତାଙ୍କ ପ୍ରତିନିଧି ସୁରେଶ୍ଵର ଶତପଥୀ ସହ ବହୁ କର୍ମୀ ଉପସ୍ଥିତ ଥିଲେ । ସା°ସଦଙ ଏପରି ପ୍ରୟାସ କୁ ଜନସାଧାରଣ ପ୍ରଶ°ସା କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)