ଓଡିଶା ମୋପରିବାର ପକ୍ଷରୁ ଭାଣପୁର ଠାରେ ରକ୍ତ ଦାନଶିବିର

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ , ରବିବାର ) କଟକ :- ରକ୍ତ ଅଭାବରେ କୌଣସି ବ୍ୟକ୍ତି ଯେପରି ପ୍ରାଣ ନହରାଏ , ସେଥିପାଇଁ ବିଜୁ ଜନତା ଦଳର ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ସେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ରବିବାର ଦିନ କଟକ ମହାନଗର ନିଗମ ଅଧୀନରେ ଥିବା ୫୮ ନମ୍ବର ୱ।ର୍ଡ଼ ଭାଣପୁର ଠାରେ ବିଜେଡି ଯୁବ ନେତା ଅଜିତ ରାଉତଙ୍କ ନେତୃତ୍ବରେ, ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଏହି ରକ୍ତଦାନ ଶିବିରରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ , ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅମରେଶ ପତ୍ରୀ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ବିପ୍ରଚରଣ ଭୋଳ, କଟକ ସଦର ବ୍ଲକ ଆତତ୍ମାର ଅଧ୍ୟକ୍ଷ ରଜନୀ କାନ୍ତ ସାହୁ ପ୍ରମ୍ମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

କଟକ ସଦର ବ୍ଲକ ବିଜେଡି ସଂପାଦିକା ଅନୁପମା ଦାଶ, ସମାଜସେବୀ ପ୍ରତିଭା ଜେନା, ସ୍ୱଛ ସାଥି ସୁଚିତ୍ରା ପତି, ସ୍ମୀତାରାଣୀ ନାୟକ, ଲୋପିତା ନାୟକ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ । (କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)