ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ର ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ପଦ୍ମପୁର :- ପାଇକମାଳ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସାମାଜ ର ବୈଠକ ଶ୍ରୀ ସେନବାରୁ ମୁଗୁରିଙ୍କ ସଭାପତିତ୍ବରେ କଲ୍ୟାଣ ମଣ୍ଡପ, ମାଣ୍ଡୋସିଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ପୂଜା ଅର୍ଚ୍ଚନା କରି ପରିଚୟ ପ୍ରଦାନ କରାଯାଇଥିଲା l ଉକ୍ତ ବୈଠକରେ ପଞ୍ଚାୟତ ସ୍ତରୀୟର ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବେ ଶ୍ରୀ ଲଲିତ ଜଗତ, ଉପ ସଭାପତି ଶ୍ରୀ ନିଶାମଣି ମହାନନ୍ଦ, ସମ୍ପାଦକ ଶ୍ରୀ ସଙ୍କର୍ଷଣ କନ୍ଦେର ସହ ସମ୍ପାଦକ ଶ୍ରୀ ଗଜିନ ବାଗ, କୋଷାଧକ୍ଷ ଶ୍ରୀ ହରିହର ତାଣ୍ଡି, ସହ କୋଷାଧ୍ଯକ୍ଷ ରାଜେଶ ମହାନନ୍ଦ ଓ

ଚପରାସି ଶ୍ରୀ ବାଲେକ ରାମ ବେନିଆ, ଜଳ ଧର ହିଆଲ, ଦୁଲପ ହରିପାଲ୍, ଯୁଧିଷ୍ଠିର ବିଭାର, ଉଦେ ତାଣ୍ଡି, ଓ ମାଧବ ମହାନନ୍ଦ ଙ୍କୁ ଉପସ୍ଥିତ ସମସ୍ତଙ୍କର ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା l ପାଣ୍ଠି ବିଷୟରେ ଆଲୋଚନା କରି ପ୍ରତ୍ୟେକ ଘର ମାସରେ ୧୦ ଟଙ୍କା ଦେବା ପାଇଁ ପ୍ରସ୍ତାବ ନିଆଯାଇ ସମାଜର ସଂଗଠନ ବିଷୟରେ ଆଲୋଚନା କରାଯାଇଥିଲା l ଏଥିରେ ସହଯୋଗ କରିଥିଲେ ଲବ ବାଗ, ଗୋପବନ୍ଧୁ କନ୍ଦେର, ହରି ଭରାସାଗର, ସୁରେନ୍ଦ୍ର ଜଗତ, ଭଗବାନ ଭରାସାଗର, ବିରେନ୍ଦ୍ର ଜଗତ, ମୁକ୍ତି କୁମ୍ଭାର, ଲକ୍ଷ୍ମଣ ବିଭାର ଗୋବର୍ଦ୍ଧନ ମହାନନ୍ଦ କେଶବ ହିଁଆଲ lଶେଷରେ ରାଜେଶ ମହାନନ୍ଦ ଧନ୍ଯ ବାଦ ଅର୍ପଣ କରିଥିଲେ l (ରିପୋର୍ଟ – ନିରୋଜ କୁମାର ପାଣୀ)