No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) କଟକ :- କଟକ ସ୍ଥିତ ଶହୀଦ ଭବନ ଠାରେ ଦିନିକିଆ ସ୍ବାବଲମ୍ବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଡକ୍ଟର ବିବେକ ବିନ୍ଦ୍ରାଙ୍କ ବଡାବିଜିନେସ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠାନର ମୁଖ୍ୟ ପ୍ରଶକ୍ଷକ ଶ୍ରୀଯୁକ୍ତ ପାରିତୋଷ ଶର୍ମା କହିଥିଲେଯେ ସ୍ବାବଲମ୍ବୀ ହେବାକୁ ହେଲେ ପ୍ରଥମେ ଡରକୁ ପରିହାର କରିବା ସହିତ ନିଜକୁ ନିଜର ଦକ୍ଷତା ଥିବା କ୍ଷେତ୍ରରେ କୁଶଳୀ ହେଲେ ସ୍ବାବଲମ୍ବୀର ଦ୍ବାର ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଚ୍ଯାନେଲ ପାଟନର ଶ୍ରୀଯୁକ୍ତ ଶିବସନ୍ତୋଷ ଖୁଣ୍ଟିଆ ଅଧ୍ୟକ୍ଷତା କରିଥିବା ବେଳେ ଆଞ୍ଚଳିକ ମୁଖ୍ୟ ପ୍ରଶିକ୍ଷକ ସନ୍ଦୀପ କୁମାର ପ୍ରଧାନ , ପ୍ରବନ୍ଧକ ବିଷ୍ଣୁପ୍ରିୟା ଶତପଥୀ , ଆଞ୍ଚଳିକ ପ୍ରବନ୍ଧକ ବିକାଶ ସିଂ ଏବଂ ଜିତେନ୍ଦ୍ର ଚୌଧୁରୀ ପ୍ରମୁଖ ନିଜେ ସ୍ବାବଲମ୍ବୀ ହେବା ସହ ସ୍ବାବଲମ୍ବୀ ଓଡ଼ିଶା ଗଠନରେ ନିଜର ଭାଗିଦାରୀ ପାଇଁ ଆହ୍ବାନ ଜଣାଇଥିଲେ । ଏହି କାର୍ଯ୍ଯକ୍ରମକୁ ବିଭୁତି ପଟ୍ଟନାୟକ , ଗୌରବ ସାହୁ , ରଶ୍ମିତା , ସୁଦୀପ୍ତା , ସୋନୁ , ଐଶ୍ୱରୀୟା ପ୍ରମୁଖ ପରିଚାଳନା କରିଥିଲେ ।

No Result
View All Result