ବସ୍ ଟର୍ମିନାଲରେ ନାହିଁ ପାନୀୟ ଜଳ ବ୍ୟବସ୍ଥା ; ଯାତ୍ରୀ ହନ୍ତସନ୍ତ

ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଂଚଳ ବସ୍ ଟର୍ମିନାଲରେ ନାହିଁ ପାନୀୟ ଜଳ ବ୍ୟବସ୍ଥା । ଦୂର ଦୁରାନ୍ତରରୁ ଆସୁଥିବା ଯାତ୍ରୀମାନେ ଶୋଷ ମେଂଟାଇବା ପାଇଁ ବୁନ୍ଦାଏ ପାନୀୟ ଜଳ ନପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ସହରକୁ ସରସ ସୁନ୍ଦର କରିବା ପାଇଁ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀରେ ବହୁ ଉନ୍ନୟନ ପ୍ରକଳ୍ପ ନିର୍ମାଣ ସକାଶେ ନିଜ ହାତ ପାଣ୍ଠିରୁ ସହସ୍ରାଧିକ କୋଟି ଟଙ୍କା ବ୍ୟୟ କରି ବହୁ ଉନ୍ନୟନ ପ୍ରକଳ୍ପ ନିର୍ମାଣ କରି ହିଞ୍ଜିଳିବାସୀଙ୍କ ପ୍ରଂଶସାର ପାତ୍ର ପାଲଟିଛନ୍ତି । ଏଥି ପାଇଁ ହିଞ୍ଜିଳିବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିର କୃତଜ୍ଞ । ହିଞ୍ଜିଳିକାଟୁ ପୌରାଂଚଳରେ ଏକ ଆଧୁନିକ ବସ୍ ଟର୍ମିନାଲ ନିର୍ମାଣର ଆବଶ୍ୟକତାକୁ ମନେ କରି ଗତ ୧୪ ଏପ୍ରିଲ ୨୦୧୭ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ପ୍ରାୟ ୩କୋଟି ୬୭ଲକ୍ଷ ଟଙ୍କା ବ୍ୟୟରେ ଏକ ଆଧୁନି କବସ ଟର୍ମିନାଲ ନିର୍ମାଣ ସକାଶେ ଭକ୍ଟଚ୍ଛକ୍ଟପ୍ରସ୍ତରା ସ୍ଥାପନ କରିଥିଲେ । ନିର୍ମାଣ ଶେଷ ହେବାରେ ଦୀର୍ଘ ୧ବର୍ଷ ପରେ ଗତ ଫେବୃୟାରୀ ୧୧ ତାରିଖରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ହିଞ୍ଜିଳିବାସୀଙ୍କ ସକାଶେ ଲୋର୍କାପିତ କରିଥିଲେ ।

ବ୍ରହ୍ମପୁର ଠାରୁ ଫୁଲବାଣୀ, ବାଲିଗୁଡ଼ା, ନୟାଗଡ଼, ଦଶପଲ୍ଲା, ଦାରିଙ୍ଗିବାଡ଼ି, ରାୟପୁର, ସମ୍ବଲପୁର, ରାଉରକେଲା, ବଲାଙ୍ଗିର, ଭଞ୍ଜନଗର, ସୋରଡ଼ା, ବୁଗୁଡ଼ା, ଆସିକା ସମେତ ବହୁ ଜିଲ୍ଲାକୁ ହିଞ୍ଜିଳିକାଟୁ ସହର ଦେଇ ଦୈନିକ ୨ଶହରୁ ଉର୍ଦ୍ଧ୍ୱ ଉଭୟ ସରକାରୀ ଓ ଘରୋଇ ଯାତ୍ରୀବାହୀ ବସ୍ ଯାତାୟତ କରିଥାନ୍ତି । ଏଥି ସହ ହିଞ୍ଜିଳିକାଟୁ ସହରରୁ ପ୍ରତ୍ୟହ ଶେରଗଡ଼, କଙ୍କୋରଡ଼ା, ଡ଼େଙ୍ଗାଓସ୍ତା, ଜଗନ୍ନାଥପୁର, ହାଡ଼ିଚିରା, ବଡ଼ଗଡ଼, ପିତଳ, ତହଁର, ହରିଡ଼ାପଦର, ବ୍ରାହ୍ମଣଛାଇ ଅଂଚଳକୁ ପ୍ରତ୍ୟହ ଛୋଟବଡ଼ ଯାତ୍ରୀବାହୀ ବସ ଯାତାୟତ କରିଥାନ୍ତି । ଦୁରଦୂରାନ୍ତରରୁ ଆସୁଥିବା ଯାତ୍ରୀ ମାନେ ନିଜର ଶୋଷ ମେଂଟାିବା ପାଇଁ ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ସାମାନ୍ୟ ପାନୀୟ ଜଳ ନପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଋତୁର ଆଗମନ ପରେ ସହରରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ମାସ ପହିଲାରୁ ତାପମାତ୍ରା ୪୦ଂ ରହିଛି । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାତ୍ରୀ ମାନଙ୍କ ଅସୁବିଧାକୁ ଆ୍‌ଖି ଆଗରେ ରଖି ଗତ କିଛି ଦିନ ପୂର୍ବେ ମା’ ଶ୍ୟାମଳାଇ ଯାତ୍ରୀବାହୀ ଅଟୋ ସଂଘ ପକ୍ଷରୁ ବସ୍ ଟର୍ମିନାଲ ପରିସରରେ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଛି ।

ବହୁ ଟଙ୍କା ବ୍ୟୟ କରାଯାଇ ସ୍ଥାନୀୟ ସହରରେ ବସ୍‌ ଟର୍ମିନାଲ ନିର୍ମାଣ କରାଯାଇଥିଲେ ମଧ୍ୟ ପାନୀୟ ଜଳ ବ୍ୟବସ୍ଥା କରାଯାଇନଥିବାରୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଅଂଚଳବାସୀ ଯାହା କୁହନ୍ତି ପ୍ରମୋଦ କୁମାର ପଣ୍ଡା, ସଭାପତି. ହିଞ୍ଜିଳିକାଟୁ ବିକାଶ ମଂଚ : ପୁରୁଣା ବସଷ୍ଟାଣ୍ଡ ରହିଥିବା ସମୟରେ ବସଷ୍ଟାଣ୍ଡ ପରିସରରେ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ପାନୀୟଜଳ ଏବଂ ହେଲ୍ପ ସଂସ୍ଥା ପକ୍ଷରୁ ବସଷ୍ଟାଣ୍ଡ ପରିସରରେ ଏକ ଶୀତଳ ପାନୀୟଜଳ ଯନ୍ତ୍ର ରହିଥିବା ବେଳେ ଦୁରଦୂରାନ୍ତରରୁ ଆସୁଥିବା ଯାତ୍ରୀ ମାନେ ନିଜର ଶୋଷ ମେଂଟାଇ ପାରୁଥିଲେ । ବର୍ତମାନ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପୌର ପ୍ରଶାସନ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା କରାଯିବାକୁ ଦାବି ଜଣାଇଛନ୍ତି । ଦେବାନନ୍ଦ ମହାପାତ୍ର, ପୂର୍ବତନ ରାଜ୍ୟ ବିଜେପି ଉପସଭାପତି : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ପାନୀୟ ଜଳର ଅଭାବ ଏକ ହାସ୍ୟସ୍ପଦ । ଯାତ୍ରୀଙ୍କ ଅଭାବକୁ ପୁରଣ କରିବା ଲାଗି ଯଥାଶ୍ରୀଘ ପାନୀୟ ଜଳର ସୁବନ୍ଦୋବସ୍ତ କରିବାକୁ ଦାବି । ଡ଼ଃ. ମନୋରଂଜନ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ହିଞ୍ଜିଳିକାଟୁ ପୌର ପରିଷଦ : ଯାତ୍ରୀଙ୍କ ଅସୁବିଧା ଯୋଗୁଁ ଦୁଃଖିତ, ବସ ଟର୍ମିନାଲ ପରିସରରେ ଯଥାଶ୍ରୀଘ ପାନୀୟ ଜଳ ଓ ଶୀତଳ ପାନୀୟ ଜଳ ଯନ୍ତ୍ର ସ୍ଥାପନ କରାଯିବ ।  ( ରିପୋର୍ଟ ଶୁସାନ୍ତ ପ୍ରଧାନ )