No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୋଷ ଡେନସ ଷ୍ଟୁଡିଓ’ର ପ୍ରତିଷ୍ଠାତା ଏବଂ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ’ର ଓଡିଶା ରାଜ୍ୟ ସଭାପତି ଶ୍ରୀ ଆଲୋକ କୁମାର ବୋଷ’ଙ୍କୁ ଆନ୍ତର୍ଜାତିକ କଲାମ’ସ ସ୍ଵର୍ଣ୍ଣ ପୁରସ୍କାର-୨୦୨୧ ଅନ୍ତର୍ଗତ ଶ୍ରେଷ୍ଠ ସାମାଜିକ କର୍ମୀ-୨୦୨୧’ରେ ପୁରସ୍କୃତ ହୋଇଛନ୍ତି ।ଚେନାଇ’ର କୋୟାମ୍ବଡୁ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ’ରେ ଆନ୍ତର୍ଜାତିକ କାଲାମ’ସ ସ୍ୱର୍ଣ୍ଣ ପୁରସ୍କାର’ର ପ୍ରତିଷ୍ଠାତା ଡାଃ ଟି: କୁମାର ରାୱେଲ’ଙ୍କ ଦ୍ଵାରା ଶ୍ରୀ ଆଲୋକ କୁମାର ବୋଷ’ଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରା ଯାଇଥିଲା । ଯାହା ଫଳରେ ସମଗ୍ର ଗଜପତି ଜିଲ୍ଲା ପାଇଁ ଏହା ସମ୍ମାନ-ଜନକ ପୁରସ୍କାର ଅତ୍ୟନ୍ତ ଗୌରବ ଆଣିପାରିଛି ।
ଏହି ଅବସର’ରେ ଶ୍ରୀ ବୋଷ’ଙ୍କୁ ମାନପତ୍ର ସହ ପଦକ ଓ ମୋମେଣ୍ଟ ଏବଂ ସବୁଦିନ ପାଇଁ ବ୍ୟବହାର ଉପଯୋଗୀ ବ୍ୟାଜ” ପ୍ରଦାନ କରାଯାଇଛି । କୋଭିଡ କଟକଣା ଯୋଗୁଁ ଫେବୃଆରୀ-୨୦୨୧’ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ମହୋତ୍ସବ’ରେ ଶ୍ରୀ ବୋଷ ଅନୁପସ୍ଥିତ ଥିବା ଅବସର’ରେ ତାଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ଡାକ ଯୋଗେ ତାଙ୍କ ନିଜ ଠିକଣା’ରେ ପଠାଇ ଦେଇଥିଲେ । । ଏଥି ପୂର୍ବରୁ ପଶ୍ଚିମବଙ୍ଗ’ର କୋଲକାତା ଠାରେ ଶ୍ରୀ ବୋଷ’ଙ୍କୁ “ନେତାଜୀ ସାହାସିକତା ସମ୍ମାନ-୨୦୨୧ , କରୋନା ଯୋଦ୍ଧା ସମ୍ମାନ-୨୦୨୦ , ୱେବଙ୍ଗ ୨୦୩୧’ରେ ଭୁବନେଶ୍ୱର ଠାରେ ଚେୟାର ପରସନ ଡାଃ ସନ୍ନି ସାହା’ଙ୍କ ଠାରୁ ଶ୍ରୀ ବୋଷ ପୁରସ୍କୃତ ହୋଇଛନ୍ତି । ଏହି ସବୁ ବିରଳ ପୁରଷ୍କାସର ପ୍ରାପ୍ତି’ରେ ପାରଳାଖେମୁଣ୍ଡି ଓ ଗଜପତି ଜିଲ୍ଲା’ର ବିଭିନ୍ନ ମହଲ’ରେ ଶ୍ରୀ ବୋଷ’ଙ୍କୁ ଶୁଭେଛ’ର ବାର୍ତ୍ତା ଓ ପ୍ରସଂଶା’ର ସୁଅ ଛୁଟିବାରେ ଲାଗିଛି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result