No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ରେ ଥିବା ଜଙ୍ଗଲ ରେ କିଛି ଅସଚେତନ ଅମାନୁଷିକ ବନ୍ୟ ଜନ୍ତୁ ଶିକାରୀ ଜଙ୍ଗଲ କୁ ଯାଇ ନିଆଁ ଲଗାଇବା ଦ୍ଵାରା ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଛୋଟ ବଡ଼ ବୃକ୍ଷ ସହିତ ବନ୍ୟ ଜନ୍ତୁ ଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ମହିପୁର ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା ଙ୍କ ସମେତ ବନ ବିଭାଗ କର୍ମଚାରୀ ଦିନ ରାତି ଏକ କରି ନିଆଁ ଲିଭାଇବାରେ ଲାଗିପଡିଛନ୍ତି । କିନ୍ତୁ ସଚେତନ ଅଭାବରୁ ଲୋକ ମାନଙ୍କ ସେପରି ସହଯୋଗ ମିଳିନଥିବା ଦେଖିବାକୁ ମିଳୁଛି । ଜଙ୍ଗଲ ଆମର ଅମୂଲ୍ୟ ସମ୍ପଦ।ଜଙ୍ଗଲ ନିଆଁ ଏକ ମନୁଷ୍ୟ କୃତ ବିପତ୍ତି।ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସମସ୍ତ ଜନସାଧାରଣ ବନବିଭାଗ କୁ ସାହାଯ୍ୟ କରିବା ପାଇଁ ବନାଞ୍ଚଳ ଅଧିକାରୀ ଶ୍ରୀ ପଣ୍ଡା ନିବେଦନ କରିଛନ୍ତି ।ଜନସାଧାରଣଙ୍କୁ ସଚେତନ କରିବା ଏବଂ ଶିକାରୀ ମାନଙ୍କୁ ଧରିବା ପାଇଁ ମହିପୁର ବନାଞ୍ଚଳ ତରଫରୁ ନୂଆଗାଁ ଥାନା ସମ୍ମୁଖରେ ଏକ ହୋଡ଼ି ଙ୍ଗ ଲଗାଯାଇଛି ।
ଜଙ୍ଗଲ ଆମ ଅତି ନିଜର ,ସୁରକ୍ଷା ଦାୟିତ୍ବ ସମସ୍ତଙ୍କର ଏଭଳି ସଚେତନ ବାର୍ତ୍ତା ହୋଡିଂ ରେ ଲେଖାଯାଇଛି । ତତ୍ ସହିତ ଜନସାଧାରଣ ଙ୍କୁ ବନବିଭାଗ ଅଧିକାରୀ ଙ୍କ ସହିତ ଯୋଗାଯୋଗ ପାଇଁ ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା ମୋବାଇଲ୍ ନଂ ୭୮୯୪୦୯୩୫୦୩ , ୯୪୩୭୨୩୯୦୬୨ , ମହିପୁର ଫରେଷ୍ଟର ବାବୁଲ ସାହୁ ( ୯୫୮୩୬୬୮୯୩୫ ) , ମହିତମା ଫରେଷ୍ଟର ରାକେଶ ସାହୁ ( ୯୪୩୭୭୯୪୧୬୮ ) , ଗୁମୀ ଫରେଷ୍ଟର ବନମାଳି ରାଉତ ( ୮୮୪୭୮୨୩୬୧୨) ମୋବାଇଲ୍ ନମ୍ବର ହୋଡ଼ିଂ ରେ ଦିଆଯାଇଛି।ଯଦି କୌଣସି ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗେ କିମ୍ବା ଶିକାରୀ ମାନଙ୍କ ବିଷୟରେ ଜଣାଇବା ପାଇଁ ଏହି ମୋବାଇଲ୍ ନଂ ଦିଆ ଯାଇଥିବା ଏବଂ ପ୍ରତି ମୁହୂର୍ତ୍ତରେ ଜନସାଧାରଣ ଙ୍କ ସହଯୋଗ ହାତ ବଢ଼ାଇ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଥିବା ବନାଞ୍ଚଳ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡା କହିଛନ୍ତି । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )
No Result
View All Result