No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ସ୍ଥାନୀୟ ଥାନା କେଉଟ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ଚଢ଼ାଉ କରିଛି । ଚଢ଼ାଉରେ ୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ ହଜାର ୨ଶହ ଟଙ୍କା ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ ୧୦୭/୨୧ରେ ଏକ ମାମଲା ରୁଜୁ ହୋଇଛି ।
ପ୍ରକାଶ ଥାଉକି, କିଛି ଦିନର ବ୍ୟବଧାନ ପରେ ହିଞ୍ଜିଳି ଥାନା ଅଞ୍ଚଳର କିଛି ଗ୍ରାମରେ ପୁଣି ଥରେ ଜୁଆ ଆଡ୍ଡା ଚାଲିଥିବା ଜଣାପଡିଛି । ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରୁ ଜୁଆ ଖେଳକୁ ସମ୍ପୁର୍ଣ୍ଣ ଲୋପ କରାଯିବା ସହିତ ଚଢ଼ାଉ ଜାରି ରହିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result