No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ନୟାଗଡ଼/ପୁରୀ :- ରଥ ନିର୍ମାଣ ପାଇଁ କାଠକୁ ନେଇ ଆଶା ଆଶଙ୍କା, ନୟାଗଡ଼ ବନଖଣ୍ଡ ବଦଳରେ ବୌଦ୍ଧରୁ ଅଧିକ ମାତ୍ରାରେ ଆସୁଛି ରଥ କାଠ, ଯାହା ନୟାଗଡ଼ରେ ରଥକାଠ ଅଭାବ କଥାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ସେବାୟତଙ୍କ ଅଭିଯୋଗ, ଫେଲ୍ ମାରିଛି ଜଗନ୍ନାଥ ବନ ପ୍ରକଳ୍ପ । ସେପଟେ ଅଭିଯୋଗକୁ ସିଧାସଳଖ ନହେଲେ ବି ପରୋକ୍ଷରେ ସ୍ୱୀକାର କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ଦଶପଲ୍ଲା, ଖଣ୍ଡପଡା ମହାନଦୀ ଅବବାହିକା ପୁଣି ଖୋର୍ଦ୍ଧା ବନଖଣ୍ଡରେ କରାଯାଇଥିବା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଫେଲ ମାରିଥିବା ଅଭିଯୋଗ କରିଛନ୍ତି ସେବାୟତ । ବ୍ରହ୍ମାଣ୍ଡକର୍ତ୍ତାଙ୍କ ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଯୋଗାଇ ପାରୁନି ଏହି ପ୍ରକଳ୍ପ ।
ଫଳରେ ବୌଦ୍ଧରୁ ପର୍ଯ୍ୟାପ୍ତ ପରିମାଣରେ ଆସୁଛି କାଠ । ଚଳିତ ବର୍ଷ ଆସିବାକୁ ଥିବା ମୋଟ ୭୯୬ ଖଣ୍ଡ କାଠରୁ ୬୦୧ ଖଣ୍ଡ କାଠ ବୌଦ୍ଧ ରୁ ଆସୁଛି । ୨୦୦୦ ମସିହାରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ୪ ଲକ୍ଷ ୫୦ ହଜାର ଫାସି, ଅସନ, ଧଉରା, ସିମିଳି ଆଦି ଗଛ ଲାଗିଥିଲା କିନ୍ତୁ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଗଛ ଠିକ୍ ଭାବେ ହୋଇନାହିଁ । ପରମ୍ପରା ଅନୁସାରେ, ନୟାଗଡ଼ ବନଖଣ୍ଡ ବଡ ରାଉଳ ଠାକୁରାଣୀଙ୍କ ନିକଟରେ ରଥକାଠ ପାଇଁ ପୂଜାର୍ଚ୍ଚନା କରାଗଲା । ସରସ୍ୱତୀ ପୂଜା ପୂର୍ବରୁ ୪୯ଖଣ୍ଡ କାଠ ଆସିଲା । ପ୍ରଥମ ପର୍ଯ୍ୟେୟରେ ନୟାଗଡ ବନଖଣ୍ତରୁ ୪୯ ଖଣ୍ତ କାଠ ଆସି ପୁରୀରେ ପହଞ୍ଚିଲା । ଅପେକ୍ଷା କରାଗଲା, ଦ୍ୱିତୀୟ ପର୍ଯ୍ୟାୟରେ ବି ନୟାଗଡ଼ ରୁ କାଠ ଆସିବ ।
କିନ୍ତୁ ମାର୍ଚ୍ଚ ୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ଏକ ଟିମ୍ ମାଳ, ମାହାର୍ଦ, ନଡିଆ, ନୈବେଦ୍ୟ ନେଇ ବୌଦ୍ଧ ବନଖଣ୍ଡକୁ ବାହାରିଥିଲେ । ସେଠାରେ ବନଦୁର୍ଗାଙ୍କୁ ପୂଜାର୍ଚ୍ଚନା ପରେ ବୌଦ୍ଧରେ ରଥକାଠ ସଂଗ୍ରହ ଆରମ୍ଭ ହୋଇଛି । ତେଣୁ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଫେଲ ମାରିଛି ବୋଲି ସେମାୟତମାନେ ଯେଉଁ ଅଭିଯୋଗ ଆଣିଛନ୍ତି । ଆଉ ଏକଥାକୁ ସ୍ୱୀକାର କରିଛନ୍ତି ନୀତି ପ୍ରଶାସକ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ତ କାଠର ଆବଶ୍ୟକତା ରହିଥିବା ବେଳେ ଗତବର୍ଷର ୬୯ ଖଣ୍ଡ ବଳକା ଥିଲା । ବାକି ୭୯୬ କାଠରୁ ୬୦୧ ଖଣ୍ଡ ବୌଦ୍ଧରୁ ଆସିବା ପାଇଁ ସ୍ଥିର ହୋଇଛି, ସେପଟେ ମାତ୍ର ୧୯୫ ଖଣ୍ଡ କାଠ ଯୋଗାଇବ ନୟାଗଡ ବନଖଣ୍ଡ । (ପୁରୀ ରିପୋର୍ଟ /ବିଶ୍ଵନାଥ ମିଶ୍ର)
No Result
View All Result