No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ପୁରୀ :- ବିମାନ ବନ୍ଦରରେ ପ୍ରବେଶ ବେଳେ ଏହାକୁ କଡ଼ାକଡ଼ି ଯାଞ୍ଚ କରାଯିବ । ସାମାଜିକ ଦୂରତାକୁ ମାନିବାକୁ ପଡ଼ିବ। ଯଦି, ଏହାର ଖିଲାପ ହୁଏ ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାରମ୍ବାର ତାଗିଦ୍ ସତ୍ତ୍ୱେ ଏହାକୁ ଯଦି ଯାତ୍ରୀ ମାନିବେନି ତେବେ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । ତାସହ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଡିଜିସିଆଇ ନିର୍ଦ୍ଦେଶନାମା ଜାରି କରିଛି । ଏନେଇ ସମସ୍ତ ଏୟାରପୋର୍ଟ ଅଥୋରେଟି ଓ ସିଆଇଏସ୍ଏଫ୍ ଡିଜିଙ୍କୁ ଚିଠି କରାଯାଇଛି ।
ଦେଶରେ ଦୈନିକ କରୋନା ସଂକ୍ରମଣ ୨୫ ହଜାର ଟପିବାକୁ ବସିଥିବା ବେଳେ ବିମାନ ବନ୍ଦରରେ କଡ଼ାକଡ଼ି ହେଲା କୋଭିଡ୍ କଟକଣା । ଏଣିକି ଆଉ ଢିଲା ଦେଇପାରିବେନି ଯାତ୍ରୀ । ବିମାନରେ ବସିବା ବେଳେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ । କିଛି ରାଜ୍ୟରେ କରୋନା ପୁଣି ଥରେ କଡ଼ ଲେଉଟାଇବା ପରେ ଏନେଇ କଡ଼ାକଡ଼ି ନିର୍ଦ୍ଦେଶନାମା ଜାରି କରିଛନ୍ତି DGCA । ଯାତ୍ରା ବିମାନବନ୍ଦର ଭିତରେ ଓ ବିମାନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏପରିକି ନାକ ତଳକୁ ମାସ୍କ ରହିବ ନାହିଁ। ସିଆଇଏସ୍ଏଫ୍ ଯବାନ ଏହାକୁ ତଦାରଖ କରିବେ॥ମାସ୍କ ନ ପିନ୍ଧିଲେ ବିମାନରୁ ବିଦା ହେବେ ଯାତ୍ରୀ । ମାସ୍କ ସହିତ ସାମାଜିକ ଦୂରତା, ପିପିଇ କିଟ୍, ସାନିଟାଇଜର ଉପରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି ।
ତେବେ ଏୟାରପୋର୍ଟ ଅଧିକାରୀଙ୍କୁ ଚିଠି ଲେଖି ଡିଜିସିଏ କହିଛି, ଯଦି କୌଣସି ଯାତ୍ରୀ ବିମାନ ବନ୍ଦରରେ କୋଭିଡ୍ ନିୟମ ଉଲ୍ଲଂଘନ କରୁଛନ୍ତି ତାହେଲେ ସଂପୃକ୍ତ ଯାତ୍ରୀଙ୍କୁ ସତର୍କ କରାଯିବାର ଆବଶ୍ୟକତା ରହିଛି । ଏମିତିକି ଆବଶ୍ୟକ ପଡ଼ିଲେ ସଂପୃକ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିୟମ ମୁତାବିକ ହେବା ଆବଶ୍ୟକ ରହିଛି ଡିଜିସିଏ କହିଛି ଯେ, କିଛି ଯାତ୍ରୀ ଠିକ୍ ଭାବରେ ମାସ୍କ ପିନ୍ଧୁନଥିବାର ନଜିର ରହିଛି । ଏହାକୁ ନଜରରେ ରଖି ଡିଜିସିଏ ଏହି ନିର୍ଦ୍ଦେଶ ଦେଇଛି । ଅଧିକାଂଶ ଯାତ୍ରୀ ମାସ୍କ କେବଳ ପାଟି ଉପରେ ରଖୁଛନ୍ତି ହେଲେ ଠିକ୍ ଭାବରେ ମାସ୍କ ପିନ୍ଧିବାର ଅର୍ଥ ଉଭୟ ପାଟି ଏବଂ ନାକ ମାସ୍କରେ ଘୋଡ଼ାଇ ହୋଇ ରହିବ । କେବଳ ଚେକିଂ ହେଉଥିବା ସ୍ଥାନରେ ଯାତ୍ରୀମାନେ ଠିକ୍ ଭାବରେ ମାସ୍କ ପିନ୍ଧୁଛନ୍ତି ଆଉ ବିମାନରେ ବସିବା ବେଳେ ଠିକ୍ ଭାବରେ ମାସ୍କ ନପିନ୍ଧୁଥିବାର ନଜିର ରହିଛି । ତେଣୁ କରୋନାକୁ ଦୂରେଇବା ପାଇଁ ଠିକ୍ ଭାବରେ ମାସ୍କ ପିନ୍ଧିବାର ଆବଶ୍ୟକ ରହିଛି ବୋଲି ଡିଜିସିଏ କହିଛି । (ରିପୋର୍ଟ ବିଶ୍ଵନାଥ ମିଶ୍ର)
No Result
View All Result