ଓଡ଼ିଶା ତାଜା ନ୍ୟୁଜ (୧୨ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର :- କୃଷି ଓଡ଼ିଶା ୨୦୨୧ ମାସ୍କଟ ‘ଛତୁ’ ଉନ୍ମାଚିତ ଭୁବନେଶ୍ୱର, କୃଷି ମହୋତ୍ସବ ‘କୃଷି ଓଡ଼ିଶା’ ର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିଛି । ଏହା ଚାଷୀ, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ ଓ କୃଷି ସାମଗ୍ରୀ ବିତରଣକାରୀମାନଙ୍କ ପାଇଁ ଜ୍ଞାନ ଲାଭର ଏକ ପ୍ରକୃଷ୍ଟ ସ୍ଥାନ । ବିଗତ ବର୍ଷର ଅନୁଭୂତି ଓ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କୃଷି ଓଡ଼ିଶାକୁ ବୁଲି ଦେଖିଥିବା ଅନେକ ଚାଷୀଭାଇ ବିଭିନ୍ନ ପ୍ରକାର କୃଷି ଜ୍ଞାନକୌଶଳ ଆପଣେଇ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିଛନ୍ତି ଓ କୃଷି ଉଦ୍ୟୋଗୀ ହୋଇପାରିଛନ୍ତି । ଏହା ଦ୍ୱାରା ରାଜ୍ୟର କୃଷି ଉନ୍ନତ ହେବା ସଙ୍ଗେ ସଙ୍ଗେ ଆନୁଷଙ୍ଗିକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଚଳିତ ବର୍ଷ କୃଷି ଓଡ଼ିଶା-୨୦୨୧ ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଖେଳପଡ଼ିଆ, ବରମୁଣ୍ଡା, ଭୁବନେଶ୍ୱରଠାରେ ଆୟୋଜନ କରାଯାଉଥିବା ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନତିକରଣ ପାଇଁ ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକୀକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ନିମନ୍ତେ ଗୋଟିଏ ଛାତତଳେ ସବୁ ଅଂଶୀଦାରମାନଙ୍କୁ ଏକାଠି କରି ସେମାନଙ୍କର ଉନ୍ନତ ଜ୍ଞାନକୌଶଳ ‘କୃଷି ଓଡ଼ିଶାି’ ମାଧ୍ୟମରେ ପ୍ରଦର୍ଶିତ କରାଯିବ ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ଏହାର ଶୁଭ ଉଦ୍ଘାଟନ ଏବଂ ମାର୍ଚ୍ଚ ୧୯ ତାରିଖରେ ଉଦ୍ଯାପନୀ ଦିବସରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ‘କୃଷି ଓଡ଼ିଶାି’ର ବିଷୟବସ୍ତୁ ସମନ୍ୱିତ ଚାଷ, ଚାଷୀର ବିକାଶି ରଖାଯାଇଥିବାବେଳେ ଏହାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟି୍ର (ଫିକି)ସହଯୋଗିଗତାରେ ଆୟୋଜନ କରାଯାଉଛି । ଚଳିତ ବର୍ଷ ‘କୃଷି ଓଡ଼ିଶା’ ର ମାସ୍କଟ ଭାବେ ‘ଛତୁ’ ରଖାଯାଇଛି, ଯାହାକୁ ମନ୍ତ୍ରୀ ଡ. ସାହୁ ଶୁଭ ଉନ୍ମୋଚନ କରିଥିଲେ । ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟପ୍ରାଣ ହୋଇଥିବାରୁ ଏହାକୁ କୃଷି ଓଡ଼ିଶା ୨୦୨୧ର ମାସ୍କଟ ଭାବେ ଚୟନ କରାଯାଇଛି । ସମଗ୍ର ଦେଶରେ ଓଡ଼ିଶା ପାଳଛତୁ ଉତ୍ପାଦନରେ ପ୍ରଥମ ଓ ମୋଟ ଛତୁ ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।