No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି କନ୍ଧ ସମାଜ ଯୁବବର୍ଗଙ୍କ ଅକ୍ଲାନ୍ତ ଉଦ୍ୟମ ଫଳରେ କନ୍ଧ ସମାଜର ସଂସ୍କୃତି ପରମ୍ପରାର ପୁନରୁଦ୍ଧାର ପାଇଁ ନର୍ଲା ବ୍ଳକ ଅନ୍ତର୍ଗତ ତୁଲାପଡା ଗ୍ରାମର କୁସୁମ ପଡା ଠାରେ କନ୍ଧ ସମାଜର ପାରମ୍ପରିକ ଟିକଦିଆ, ଟିଲିଆ ବା ଯୋଟଘାଟ ବିବାହ ସମ୍ପନ୍ନ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ ଗାଁର ଲବ ମାଝୀଙ୍କ ଉଚ୍ଚ ଶିକ୍ଷିତ ପୁଅ ତଥା ଶିକ୍ଷକ ଚୈ।ଧରୀ ମାଝୀ ଦେଦର ଗ୍ରାମର ଉମାଶଙ୍କର ଭୋଇଙ୍କ ଝିଅ କଳାବତୀ ଉଭୟ ବନ୍ଧୁ ବାନ୍ଧବ ମା ବାପାଙ୍କ ଉପସ୍ଥିତିରେ ବିନା ବ୍ରାହ୍ମଣ ଓ ହୋମ ଯଜ୍ଞରେ ଗ୍ରାମର ଝାକର,
ଜାନୀ ଉପସ୍ଥିତିରେ ସମାଜର ରୀତିନୀତି, ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଉଭୟେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ହଜି ଯାଇଥିବା ପରମ୍ପରା ଅନୁଯାୟୀ ବିବାହ କରି ହଜିଯାଇଥିବା ପରମ୍ପରା କୁ ପୁନଃଜୀବିତ କରିଥିବାରୁ କନ୍ଧ ସମାଜର ଯୁବଗୋଷ୍ଠୀଙ୍କ ମଧ୍ୟରେ ଏକ ନୂତନ ଆଶାର କିରଣ ଉଙ୍କି ମାରିଛି। କନ୍ଧ ସମାଜରେ ଆଗରୁ ଟୀକଦିଆ ବା ଟିଲିଆ ବିବାହ ଚଲୁଥିଲା ହେଲେ ଆର୍ଯ୍ୟ ସଂସ୍କୃତିର ପ୍ରବେଶ ବଳରେ ଆସ୍ତେ ଆସ୍ତେ ଏହି ସବୁ ହଜି ବସିଥିଲା ।
ଯୁବବର୍ଗର ଡମ୍ବରୁଧର ମାଝୀ, ଗଜପତି ମାଝୀ, ତରୁଣ ଜାନୀ, ବିପ୍ର ମାଝୀ, ଖିତିଶ ମାଝୀ, ଡୋଲାମଣି ମାଝୀଙ୍କ ଉଦ୍ୟମକୁ ବୀରକମଳ ମ୍ଇଦାନର ଲୋକ ନାଥ ଭୋଇ, ରାଜ ମାଝୀ, ନୋକା ମାଝୀ ପ୍ରଶଂସା କରିଥିଲେ ଓ ଆଗାମୀ ଦିନରେ ଏହି ଭଳି ବିବାହ ଜାରି ରହିବ ବୋଲି ପ୍ରକାଶ କରିଥିଲେ। ପଡୋଶୀ ଜିଲ୍ଲା ବଲାଂଗିରର ଡିଜୀ ପ୍ରଧାନୀ, ଧନେଶ୍ଵର ମାଝୀ, ଖୁସିରାମ ଜାନୀ ମଧ୍ୟ ଯୋଗ ଦେଇଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result