No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ମାର୍ଚ୍ଚ ବୁଧବାର )କଟକ :- କଟକ ସଦର ବ୍ଲକ ଫକିରପଡା ପଞ୍ଚାୟତର ବିଭିନ୍ନ କାର୍ଯ୍ୟକୁ ବୁଧବାର ଦିନ , କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଉଦଘାଟନ କରିଛନ୍ତି । ଫକିରପଡା ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ, ଫକିରପଡା ମାର୍କେଟ କମ୍ପ୍ଲେକ୍ସ ଗୃହ , ଆଦି କାର୍ଯ୍ୟର ଫିତାକାଟି ଉଦଘାଟନ କରି ଥିଲେ । ଏହି ଉପଲକ୍ଷେ ଏକ ସଭା ଫକିରପଡା ମାର୍କେଟ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ବିକାଶ କଥା ଚିନ୍ତା କରୁଛନ୍ତି । ଗରୀବ ଲୋକ ମାନଙ୍କୁ ବିଜୁ ପକାଘର , ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଏସ୍ଏଚଜି ଗୋଷ୍ଠୀର ମା ମାନଙ୍କୁ ବ୍ୟାଙ୍କ ରୁଣ, ଆଦି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିଚାଲିଛନ୍ତି ବୋଲି କହିଥିଲେ ।
ଏହି ଉସ୍ଚବରେ କଟକ ସଦର ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡା, ଜିଲ୍ଲା ପରିଷଦ ସଭ୍ୟା ଝୁନୁ ବେହେରା, ସମିତି ସଭ୍ୟ। ମାନସୀ ସାହୁ, ସରପଞ୍ଚ ଜତିନ କୁମାର ସାହୁ ଉପସ୍ଥିତ ରହି ଉଦବୋଧନ ଦେଇ ଥିଲେ । କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ ।
No Result
View All Result