No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ବରଗଡ :- କରୋନା ସମୟରେ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇ ଥିବା ବେଳେ ଅଧିକାଂଶ ଅଭିଭାବକ ଘରୋଇ ସ୍କୁଲ ଫି ପୈଠ କରିବାକୁ ଅସମର୍ଥ ଥିଲେ । ଏହାକୁ ନେଇ ହାଇକୋଟ ର ଦ୍ୱାରାସ୍ତ ହୋଇଥିଲେ ଅଭିଭାବକ ମାନେ । ସ୍କୁଲ ଓ ଗଣ ଶିକ୍ଷା ବିଭାଗ କୁ ନିର୍ଦେଶ ଦେଲେ ଫି କୋହଳ କରିବାକୁ, ସେଇ ହିସାବରେ ସମସ୍ତ ଘରୋଇ ସ୍କୁଲ ପାଇଁ ଗାଇଡ ଲାଇନ ଜାରି ହେଲା କିନ୍ତୁ ଏହାକୁ ବିଚାର ନକରି ଫି ଆଦାୟ କରୁଥିବା ଅଭିଯୋଗ ହୋଇଛି । ବରଗଡ଼ ସଂସ୍କାର ସ୍କୁଲ ଫି ପୈଠ ନକଲେ ବାର୍ଷିକ ପରୀକ୍ଷା ଦେବାକୁ ବାରଣ କରୁଥିବା ଅଭିଭାବକ ଅଭିଯୋଗ କରିଛନ୍ତି ।
ଏହି ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ଆମ୍ ଆଦମୀ ପାର୍ଟି ଓ ଅଭିଭାବକ ମାନେ ଲିଖିତ ଅଭିଯୋଗ କରି ଶିକ୍ଷା ଭଳି ପ୍ରସଙ୍ଗରେ ଏହି ଘରୋଇ ସ୍କୁଲ ଗୁଡିକଙ୍କ ମାନମାନି ଉପରେ ଲଗାମ ଲଗାଇବାକୁ ଓ ସମସ୍ତ ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା ଅନୁମତି ଦେବାକୁ ଦାବୀ କରିଛନ୍ତି । ଜିଲ୍ଳା ଆବାହକ ଭବାନୀ ସାହୁ, ଅମିତାଭ ପାତ୍ର, ସ୍ଵାମୀ ଧ୍ୟାନ ଦୀପକ, ଅଲିମ ରିଜବି, ସମାଜ ସେବୀ ପବିତ୍ର ଦେହେରି ଉପସ୍ଥିତ ରହି ଥିଲେ। (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result