No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଭିନ୍ନ ମଣ୍ତି ମାନଙ୍କରେ ହଜାର ହଜାର ଧାନ ବସ୍ତା ଗଦା ହୋଇଛି । ଧାନ କିଣାକୁ ନେଇ ଚାଷୀ ମାନେ ଆଜିକୁ ୨୩ ଦିନ ହେଲାଣି ଆନ୍ଦୋଳନ ଚଳାଇଛନ୍ତି । ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ବସ୍ତା ପୁରା ଦିଆଯାଇଛି । ଚାଷୀ ମାନେ ଚିନ୍ତାରେ ହନ୍ତସନ୍ତ ହେଉଥିବା ବେଳେ ଅନ୍ଯ ପଟେ ଏ ଆଡେ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ତିଆଢିପା ଧାନ ମଣ୍ତିରେ ଏରିଭାଲ ଧାନ ବସ୍ତା ଚୋରୀ ହେବାର ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ମାଣ୍ତିଆଢିପା ପଞ୍ଚାୟତର କେନାବୁଦା ଗ୍ରାମର ଧବଲେଶ୍ବର ସାହୁ ଗତ ତା ୩୧. ୧୨.୨୦ ରେ ୭୯ ପେକେଟ ଅର୍ଥାତ ୩୨,୮୭ କିଣ୍ଟାଲ ଧାନ ମାଣ୍ତିଆଢିପା ମଣ୍ତିରେ ଏରିଭାଲ ହୋଇ ଗୋଦାମ ଗୃହରେ ଜମା ହୋଇଥିଲା । ସେହି ଗୋଦାମ ଗୃହରୁ ୧୭ ପ୍ୟାକେଟ ଧାନ ନଥିବା ରୁ ଶ୍ରୀ ସାହୁ ଦେଖିବାକୁ ପାଇଥିଲା । ଧାନ ଚୋରୀ ହୋଇଥିବାର ଜାଣି ପାଇକମାଲ ଥାନାରେ ଏତଲା ଦେବା ସଙ୍ଗେ ସଙ୍ଗେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଶ୍ରୀ ଧବଲେଶ୍ବର ସାହୁ ଥାନାରେ ଅଭିଯୋଗ କରୁଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result