No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ମାର୍ଚ୍ଚ ରବିବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌର ପରିଷଦ ବାରାହୀ ପାହାଡ଼ରେ ରବିବାର ମଧ୍ୟାନ୍ନରେ ନିଆଁ ଲାଗିଥିଲା । ଫଳରେ ପାହାଡ଼ ନିକଟସ୍ଥ ଅଂଚଳର ବହୁ ଗଛରେ ନିଆଁ ଲାଗି ବହୁ ଗଛ ପୋଡ଼ି ଯାଇଛି । ପାହାଡ଼ ତଳ ଅଂଚଳର ସାହି ବାସିନ୍ଦ ମାନେ ନିଜ ଘରର ବାରିପଟେ ରହିଥିବା ଆର୍ବଜନାକୁ ନଷ୍ଟ କରିବା ସକାଶେ ଆର୍ବଜନାରେ ନିଆଁ ଲଗାଇବା ବେଳେ ପବନରେ ନିଆଁ ପ୍ରବାହିତ ହୋଇ ନିକଟସ୍ଥ ବାରାହୀ ପାହାଡ଼ ଗଛ ଗୁଡ଼ିକ ପୋଡ଼ି ଯାଇଛି ।

ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହୀନିର ଭାରପ୍ରାପ୍ତ ଅଧିକାରୀ ଗୌତମ ସାହୁଙ୍କ ନେତୃତ୍ୱରେ ମୁକ୍ତିରାମ ଜେନା, ସନ୍ତୋଷ କୁମାର ସେଠି, ଉମେଶ ପ୍ରଧାନ, ହରିହର ବେହେରା, ବିକ୍ରମ ପ୍ରଧାନ ପ୍ରମୁଖ୍ ପାହାଡ଼ରେ ପଂହଚି ନିଆଁକୁ ଆୟତ କରିଥିଲେ । ପ୍ରକାଶ ଥାଉକି, ଗତ ୩ ତାରିଖରେ କିଛି ଲୋକ ଜାଳେଣି ସଂଗ୍ରହ କରିବାକୁ ଯାଇ ଅଙ୍ଗାର ପାଇବା ଆଶାରେ ସ୍ଥାନୀୟ ମେଣ୍ଢାଖାଇ ପାହାଡ଼ରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । (ଶୁସାନ୍ତ ପ୍ରଧାନ)
No Result
View All Result