No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ବରଗଡ଼ :- ଗତ ପୋୖର ପରିଷଦ ର କାର୍ଯ୍ୟକାଳ ଶେଷ ହେବା ପ୍ରାୟ ଦୁଇ ବର୍ଷ ଚାରି ମାସ ରୁ ଅଧିକ ହୋଇଥିଲେ ସୁଦ୍ଧା ତାଜା ନୂଆ ନିର୍ବାଚନ କେବେ ହେବ ସ୍ପଷ୍ଟ ଜଣା ପଡୁ ନାହିଁ । ବରଗଡ଼ ସହରରେ କାଉନ୍ସିଲ ନଥିବା କାରଣ ରୁ ସାଧାରଣ ଲୋକ ଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ସହରର ପରିମଳ ବ୍ୟବସ୍ଥା ଅଣ ଦେଖା ହେଉଥିବା ବେଳେ ଡ୍ରେନ , ରାସ୍ତା ଗୁଡିକ ଠିକ ରେ ସଫେଇ ହେଉ ନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ଆବାହକ ଭବାନୀ ସାହୁ । ବରଗଡ଼ ସହର ରେ ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁ ଏବେ ଧୂଳି ର ଗଡ଼ ପାଳଟୁ ଥିବା ଗଣ ମାଧ୍ୟମରେ ଖବର ଆସୁଛି ।
ଅନେକ ୱାର୍ଡ ରେ ଡ୍ରେନ ନଥିବାରୁ ସାଧାରଣ ଲୋକଙ୍କ ଘରର ପାଣି ନିଷ୍କାସନ ହୋଇପାରୁ ନଥିବା ଆପ୍ ଅଭିଯୋଗ କରିଛି ତେଣୁ ତୁରନ୍ତ ପୋୖର ନିର୍ବାଚନ କରାଗଲେ ଏହି ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି । ଆସନ୍ତା ପୋୖର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବରଗଡ଼ ରେ ଏକ ସ୍ଵଛ ବିକଳ୍ପ ଜନତା ଙ୍କ ପାଖରେ ରଖିବା ସହ ଭଲ ଲୋକଙ୍କୁ ପ୍ରାର୍ଥୀ କରିବ ବୋଲି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର କହିଛନ୍ତି। ନିକଟରେ ଶେଷ ହୋଇଥିବା ଗୁଜୁରାଟ ନଗର ନିଗମ ନିର୍ବାଚନ ରେ ସୁରଟ ରେ ଆପ୍ ଉଭୟ ବିଜେପି ଓ କଂଗ୍ରେସ କୁ ୨୭ ଟି ୱାର୍ଡ ରେ ପରାସ୍ତ କରିଛି ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result