No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ମାହାଙ୍ଗା :- ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଜପୁରା ପଞ୍ଚାୟତ ଶଶିଲୋ ଚକମଧୁପୁର ବଜାର ରେ ଜଣେ ଚା ଦୋକାନରେ ଗ୍ୟାସ ଟାଙ୍କୀ ବିସ୍ପୋରଣ ଘଟି ସେହି ଗ୍ରାମର ଶରତ ବେହେରା ନାମକ ବ୍ୟବସାୟୀ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍ନରେ ଶରତ ଚା ଦୋକାନରେ ଚା କରୁଥିବା ବେଳେ ହଠାତ୍ ପାଞ୍ଚ ଲିଟରିଆ ଗ୍ୟାସ ଟାଂକୀ ରେ ନିଆଁ ଲାଗି ଫାଟି ଯାଇଥିଲା ।
ଟାଙ୍କି ନିଆଁ ରେ ଦୁଇ ବଖରା ଦୋକାନ ଗୃହ ପୋଡ଼ି ଯାଇଥିବା ବେଳେ ଶରତ ଙ୍କ ମୁହଁ ହାତ ନିଆଁରେ ପୋଡ଼ିଯାଇ ଗୁରୁତର ହୋଇ ପଡ଼ିଥିଲେ ତାଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ କୁଆଁପଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।
No Result
View All Result