No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା କୁଆଁରିଆ ଡାମ ଠାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କର୍ମୀ,ସଂଗଠକ ,ଯୁବ ,ଛାତ୍ର ନେତୃବୃନ୍ଦ ମାନଙ୍କୁ ନେଇ ମହାନ୍ ଜନ ନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୫ ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଓ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବିଧାୟକ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରି ମହାବୀର ଙ୍କୁ ଦର୍ଶନ କରିଥିଲେ । ଦଶପଲ୍ଲା ବିଧାୟକ ଙ୍କ ଅଧ୍ୟକ୍ଷତାରେ କୁଆଁରିଆ ଡାମ୍ ଠାରେ ଅନୁଷ୍ଠିତ ବିଶାଳ କର୍ମୀ ସମାବେଶ ରେ ବିଧାୟକ ଙ୍କ ସମେତ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ,ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ନୂଆଗାଁ ବ୍ଲକ୍ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,

ଦଶପଲ୍ଲା,ଗଣିଆ ସାଂସଦ ଙ୍କ ପ୍ରତିନିଧି, ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ଦଶପଲ୍ଲା ଏନ୍ ଏ ସି ପୂର୍ବତନ ଅଧ୍ୟକ୍ଷା ବବିତା ସାହୁ, ଗଣିଆ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା,ବରିଷ୍ଠ ବିଜେଡ଼ି ସଂଗଠକ ପ୍ରଦୀପ ସାହୁ,ତିନୋଟି ବ୍ଲକ୍ ର ବିଜେଡ଼ି ସଭାପତି,ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ନୂଆଗାଁ ବ୍ଲକ୍ ଛାତ୍ର ସଭାପତି ସୁବ୍ରତ କୁମାର ପରିଡ଼ା,ଦଶପଲ୍ଲା,ଗଣିଆ ଛାତ୍ର ସଭାପତି, ନୂଆଗାଁ ବ୍ଲକ୍ ଯୁବ ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ଦଶପଲ୍ଲା ଓ ଗଣିଆ ଯୁବ ସଭାପତି ପ୍ରମୁଖ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।ମୁକୁଟ ବିହୀନ ସମ୍ରାଟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ସମୃଦ୍ଧ ଓଡିଶା ଗଠନ,ମହିଳା ମାନଙ୍କ ପାଇଁ ଶତକଡ଼ା ୩୩ ଭାଗ ସଂରକ୍ଷଣ,

ଅର୍ଥନୀତି ସୁଦୃଢ଼ୀକରଣ ,ତ୍ୟାଗ ଓ ବିରତ୍ଵ କୁ ଦଶପଲ୍ଲା ବିଧାୟକ ଭୂୟସୀ ପ୍ରଶଂସା କରିଥିଲେ।ତତ୍ ସହିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ପ୍ରତି ପଞ୍ଚାୟତ ସ୍ତରରେ ଦସ୍ତଖତ ଅଭିଯାନ ପାଇଁ କର୍ମୀ ମାନଙ୍କୁ କହିଥିଲେ । ପଞ୍ଚାୟତ ରାଜ ଦିବସରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳନ ର ଯଥାର୍ଥତା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବର୍ଣ୍ଣନା କରିଥିଲେ। ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ମୋ ପରିବାର ଏବଂ ବିଭିନ୍ନ ଜନ୍ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବର୍ଣ୍ଣନା କରିବା ସହ ଆଗାମୀ ଦିନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିକାଶ ରଥ ଅଧିକରୁ ଅଧିକ ଗଡ଼ି ଚାଲିବା ପାଇଁ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ଏବଂ ସାଂସଦ ଅଚ୍ୟୁତ ସାମନ୍ତ ଙ୍କ ସହଯୋଗ ରହିଥିବା କହିଥିଲେ ।

ଉପସ୍ଥିତ ଥିବା ମଞ୍ଚାସିନ ଅତିଥି ମାନେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଓଡ଼ିଶା ପ୍ରତି ତ୍ୟାଗ ସମ୍ପର୍କରେ ବର୍ଣ୍ଣନା କରିବା ସହ ଆଗାମୀ ଦିନରେ କିପରି ସମସ୍ତ କର୍ମୀ ଏକତ୍ରିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ଙ୍କ ହାତ ମୁଠାକୁ ଟାଣ କରିବା ସହ ପଞ୍ଚାୟତ ଏବଂ ଏନ୍ ଏ ସି ନିର୍ବାଚନ ରେ ବାଜିମାତ କରିବା ପାଇଁ କର୍ମୀ ମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ବିଜେଡ଼ି କର୍ମୀ କୁଞ୍ଜ ବିହାରୀ ମିଶ୍ର ପରିଚାଳନା କରିଥିବା ବେଳେ ଦଶପଲ୍ଲା ,ନୂଆଗାଁ,ଗଣିଆ ବ୍ଲକ ରୁ ଶହ ଶହ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ ।(ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) ।
No Result
View All Result