No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ଦିଗପହଣ୍ଡି :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୫ ତମ ଜନ୍ମଜୟନ୍ତୀ ଅବସରରେ ବ୍ଲକସ୍ତରୀୟ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି । ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ ଦିଗପହଣ୍ଡି ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବର , ବ୍ଳକ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା , ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ , ଜିପିଇଓ ଉମେଶ ସେଠୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଖବରପ୍ରକାରେ , ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ଦିବସ ପାଳନ ଘୋଷଣା ଏହି ଦିନକୁ କରାଯାଇଥିଲା ।
ପ୍ରଥମେ ଦିଗପହଣ୍ଡି ବ୍ଳକର ୨୫ ଗୋଟି ପଞ୍ଚାୟତର ସରପଞ୍ଚ , ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା , ସମିତି ସଭ୍ୟ/ସଭ୍ୟା ଏବଂ ପଞ୍ଚାୟତ ଅଫିସରଙ୍କ ଉପସ୍ଥିତିରେ ଆୟୋଜିତ ବୈଠକ ପୂର୍ବରୁ ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ବୈଠକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ସଭାକାର୍ଯ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଦୃଢକ୍ତି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚାୟତ ସ୍ତରୀୟ ବିଭାଗର ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଚେଷ୍ଟା କରିବାକୁ ଉପସ୍ଥିତ ଜନପ୍ରତିନିଧି ଓ ସରକାର କର୍ମଚାରୀଙ୍କୁ ଅନୁରୋଧ କରିବାରେ ବିଡ଼ିଓ ଶ୍ରୀ ଶବର । ଏହି ଦିବସରେ ସରପଞ୍ଚ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ , ସରପଞ୍ଚ ଚୈତନ୍ୟ ପ୍ରଧାନ , ଦିଲୀପ କୁମାର ସେଠୀ , ସନ୍ତୋଷ ପାତ୍ର , ରବିନ୍ଦ୍ର ପାଢ଼ୀ , କୃଷ୍ଣଚନ୍ଦ୍ର ସାହୁ ,ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ , ସରପଞ୍ଚ ପ୍ରତିନିଧି କିର୍ତ୍ତୀ ଚନ୍ଦ୍ର ଗୈାଡ , ବାବୁଲା ସେଠୀ , ସରୋଜ ଜେନା , ଭଗବାନ ବାଡତ୍ୟା , ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ରବିଚନ୍ଦ୍ର ଗୈାଡ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ ।( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result