No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ହିଞ୍ଜିଳିକାଟୁ :- ଉତ୍କଳ ଜନନୀ ର ସୁଯୋଗ୍ୟ ପୁତ୍ର , ଓଡ଼ିଶା ନିର୍ମାଣର ସୂତ୍ରଧର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଶୁକ୍ରବାର ସାରା ଓଡ଼ିଶାର କୋଣ ଅନୁକୋଣରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଳକ ଶାସନ ଆମ୍ବଗାଁ ପଞ୍ଚାୟତ ସ୍ଥିତ ବିଜୁ ପଞ୍ଚାୟତ ପାଠାଗାର ପରିସରରେ ଶୁକ୍ରବାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଡିଏନଆରସି ଓଡିଶା,ର ପ୍ରତିଷ୍ଠାତା ଦନାର୍ଦ୍ଦନ ସ୍ୱାଇଁଙ୍କ ପୃଷ୍ଠପୋଷକତାରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରାଧ୍ୟାପକ ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର , ମୁଖ୍ୟ ବକ୍ତା ଭାବେ ଓଡ଼ିଆ
ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀ, ଯୁବ ବିଜେଡି ସଭାପତି ମନୋଜ କୁମାର ସାବତ,ମହନ୍ତ ହରିହର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ବାସ୍ତବ ଚିନ୍ତାଧାରା ଓ ଆଭିମୁଖ୍ୟ କିଭଳି ଉଜ୍ଜୀବିତ ହୋଇଥିଲା ସେ ସମ୍ପର୍କରେ ଅତିଥିମାନେ ସ୍ମୃତି ଚାରଣ କରିଥିଲେ । ସେହି ମହାନ ଜନ ନାୟକଙ୍କ ସମୟରେ ଓଡ଼ିଶାର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଗଠନରେ ବିକାଶରେ ଅନ୍ତର୍ନିହିତ ଚିନ୍ତାଧାରା, କାର୍ଯ୍ୟ ଦକ୍ଷତା , ପ୍ରଗତି, ଶିଳ୍ପ କ୍ଷେତ୍ରରେ ପ୍ରତିଫଳିତ ହୋଇଥିଲା ସେ ସମ୍ପର୍କରେ ଅତିଥି ମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସମୟରେ ଚିନ୍ମୟ ରଞ୍ଜନ ମିଶ୍ର, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସୁରେନ୍ଦ୍ର ପାଣିଗ୍ରାହୀ, କିରଣ ନାହାକ, ଉମା ଶଙ୍କର ପ୍ରଧାନ, ରତ୍ନାକର ସିଅ, ରାଜେନ୍ଦ୍ର କୁମାର ପଣ୍ଡା, ସୀମାଞ୍ଚଳ ପଣ୍ଡା, ପିଣ୍ଟୁ ସେଠୀ, ଚନ୍ଦନ ପ୍ରଧାନ ଓ ଟିଲୁ ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result