No Result
View All Result

ଓଡ଼ିଶା ତାଜା ନ୍ୟୁଜ (୫ ମାର୍ଚ୍ଚ ଶୁକ୍ରବାର) କଳାହାଣ୍ଡି :- ସାରା ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିନକୁ ପଞ୍ଚାୟତିରାଜ ଦିବସ ଭାବେ ସାରା ରାଜ୍ୟରେ ଆଜି ପାଳନ କରାଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପରିସରରେ ମଧ୍ୟ ଏହି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ନର୍ଲା ବିଡ଼ିଓ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥି ରୂପେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ନର୍ଲା କଲେଜ ଅଧ୍ୟାପକ ସୁରେଶ ନାୟକ, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ ପ୍ରମୁଖ ମଞ୍ଚାସୀନ ଥିଲେ । ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା,ଶାନ୍ତପୁର ସରପଞ୍ଚ ଟିକେରାମ ସାହୁ, ସମିତି ସଭ୍ୟ ଟୁକୁଲାଲ ସାହୁ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମୁହ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦାନ କରିଥିଲେ । ଶେଷରେ ଜି.ପି.ଓ କ୍ଷୀତିଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result