No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ବରଗଡ଼ :- ଗତ ଜନ ଗଣନା ସମୟରେ ନିଜ ଅଞ୍ଚଳରେ ନିର୍ଭୁଲ ଭାବରେ କାର୍ଯ୍ୟ ସମ୍ପାଦନା କରିଥିବାରୁ ଜିଲ୍ଲା ର ୫ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସମସ୍ତ ଙ୍କୁ ସମ୍ମାନିତ କରିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଜିଲ୍ଲା ର ଜନଗଣନା ଠିକ୍ ଭାବେ କରିଥିବା କର୍ମଚାରୀ ଓ ଅଧିକାରୀ ପ୍ରଶଂସା ର ପାତ୍ର ବୋଲି କହିଥିଲେ ।
ପରେ ସୋହେଲା ହାଇସ୍କୁଲ ରେ କାର୍ଯ୍ୟ ରତ ଶିକ୍ଷକ ମହେନ୍ଦ୍ର ବାରିକ, ଏବଂ ବରପାଲି ବ୍ଲକ ସମଲେଶ୍ଵରୀ ୟୁଜିୟୁପି ସ୍କୁଲ ର ସହକାରୀ ଶିକ୍ଷକ ବସନ୍ତ ସାହୁ ଙ୍କୁ ରୈ।ପ୍ୟ ପଦକ ସହ ମାନପତ୍ର ପ୍ରଦାନ କରି ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ସୋହେଲା ବ୍ଲକ ଅନ୍ତର୍ଗତ କନଗା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ୟାମ କୁମାର ବାରିକ,କାଶିପାଲି ପ୍ରାଥମିକ ସ୍କୁଲ ର ସହକାରୀ ଶିକ୍ଷକ ରାଜକୁମାର ସାହୁ, ଟୁଙ୍ଗି ବନ୍ଧଲି ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରବୀନ୍ଦ୍ର ନାଏକ ଙ୍କୁ ବ୍ରୋଞ୍ଚ ମେଡାଲ ଓ ମାନପତ୍ର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରିଥିଲେ ।
ଅପରପକ୍ଷରେ ଜନଗଣନା ୨୦୧୧କୁ ସୁଚାରୁରୂପେ ପରିଚାଳନା କରିଥିବା ତତ୍ କାଳୀନ ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିବାସ କବି ସ୍ଵର୍ଣ୍ଣ ପଦକ ଅଧିକାରୀ ହୋଇଥିବା ଜାତୀୟ ଜନଗଣନା ପକ୍ଷରୁ ସୂଚୀତ ହୋଇଛି । ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ,ପିଡି ଡିଆରଡିଏ କୃତିବାସ ରାଉତ, ଡେପୁଟି କଲେକ୍ଟର ସୁମତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result