No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ହିଞ୍ଜିଳିକାଟୁ :- ପଂଚାୟତରାଜ ବ୍ୟବସ୍ଥାକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବା ପାଇଁ ମୋ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ବିଜୁବାବୁ ସବୁବେଳେ ସାଧାରଣ ଲୋକଙ୍କ ହକ୍କୁ ଗୁରୁତ୍ୱ ଦେଉଥିଲେ । ତେଣୁ ସୁନାର ଓଡ଼ିଶା ଗଠନ ଦିଗରେ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମାର୍ଚ୍ଚ ୫ ତାରିଖକୁ ପଂଚାୟତରାଜ ଓ ଲୋକସେବା ଦିବସ ଭାବେ ପାଳନ୍ କରାଯାଇଛି । ଶୁକ୍ରବାର ଉତ୍କଳ ଜନନୀର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ହିଞ୍ଜିଳିକାଟୁ ପୌରାଂଚଳ ଓ ବ୍ଳକର ମିଳିତ ସହଯୋଗରେ ବିଜୁ ଜୟନ୍ତୀ ପାଳନ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ପୌରଂଚଳ ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ହିଞ୍ଜିଳି ମୁନିସୀ ପାଲଟି ଓ ବ୍ଳକ ବିଜେଡ଼ି କର୍ମୀ ମାନେ ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ପୂର୍ତବିଭାଗ ଡ଼ାକ ବଙ୍ଗଳା ଠାରୁ ଏକ ବିରାଟ ଶେଭାଯାତ୍ରରେ ଦଳୀୟ ପତକା ଓ ନବୀନ ପଟ୍ଟନାୟକ ଜିନ୍ଦାବଦ, ବିଜୁ ବାବୁ ଅମର ରହେ, ବିଜେଡ଼ି ଜିନ୍ଦାବାଦ ସ୍ଳୋଗାନ ଦେଇ ନଗର ପରିକ୍ରମା କରିଥିଲେ । ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତିରେ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସେଠାରୁ ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟରେ ସ୍ଥାପନ କରାଯାଇଥିବା ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।ଆୟୋଜିତ ସଭାରେ ଉପସ୍ଥିତ କର୍ମୀ ମାନେ ସ୍ୱର୍ଗତ ବିଜୁବାବୁଙ୍କ ସ୍ୱପ୍ନର ସମୃଦ୍ଧ ଓଡ଼ିଶା ଓ ଜୀବନ କାହାଣୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ହରିହର ସାହୁ, ବ୍ଳକ ଅଧ୍ୟକ୍ଷ ଏନ. ରଗୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ଡ଼ି. ବିଶ୍ୱନାଥ, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ରାମହରି ଶର୍ମା, ରାମଚନ୍ଦ୍ର ମହାପାତ୍ର, ବି. ରାମଚନ୍ଦ୍ର, ସୁଧାଂଶୁ ଶେଖର ସାହୁ, ଶରତ ସାବତ, ନିଳମଣି ପଟ୍ଟନାୟକ, ଅଜୟ କୁମାର ମହାରଣା, କୋରାମଣି ରାଉଳ, କିରଣ ପଟ୍ଟନାୟକ, ସରୋଜ କୁମାର ପଣ୍ଡା, ମାନସ ରଂଜନ ବେହେରା, ଯୁଧିଷ୍ଟିର ସ୍ୱାଇଁ, ପ୍ୟାରୀ ମୋହନ ପାଢି, ଜଟି ମହାରଣା, ମନୋଜ କୁମାର ସାବତ, କୃଷ୍ଣ ସାହୁ, କାହ୍ନୁ ଚୌଧୁରୀ, ଚନ୍ଦନ ପାତ୍ର, ପୁର୍ଣ୍ଣ ଗୈାଡ଼, ସୁନିଲ ପଟ୍ଟନାୟକ,ଜିତୁ ସ୍ୱାଇଁ, ସୁରଜ ଭୋଳ, ମୁକେଶ ରାଉଳ, ରଂଜନ କୁମାର ପ୍ରଧାନ, ନକୁଳ ସେଠୀ ,କିରଣ କୁମାର ପଟ୍ଟନାୟକ,ରଞ୍ଜନ ଗୈାଡ଼,ରିଲୁ ନାୟକ, ତରୁଣ କୁମାର ପଣ୍ଡାଙ୍କ ସମତେ ବହୁ ବିଜେଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ । ( ରିପୋର୍ଟ ସୁଶାନ୍ତ ପ୍ରଧାନ )
No Result
View All Result