ଓଡ଼ିଆ ପିଲାର ସାଥୀ “ମୋ ସାଥୀ”

ଓଡ଼ିଶା ତାଜା ନ୍ୟୁଜ୍ (୦୫ ମାର୍ଚ୍ଚ, ଶୁକ୍ରବାର ) ଭୁବନେଶ୍ୱର  :- ବର୍ତ୍ତମାନର କରୋନା ମହାମାରୀର କରାଳ ରାକ୍ଷସ ସାରା ବିଶ୍ୱକୁ କବଳିତ କରିପକାଇଛି । ଧ୍ବଂସର ବିଭୀଷିକାରେ ପେଷି ହୋଇଯାଉଛି ମାନବ ସମାଜ । ପୃଥିବୀ ତାର କଡ ଲେଉଟାଇ ମାନବ ସମାଜର ଜୀବନ ଶୈଳୀରେ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ କାର୍ଯ୍ୟ ଶୈଳୀର ପରିବର୍ତ୍ତନ ଘଟିଛି । ଆଜିର ଦିନରେ ସାରା ବିଶ୍ୱ ଘରେ ବସି ନିଜର କାର୍ଯ୍ୟଧାରାକୁ ସମ୍ପାଦନା କରୁଛି । ସବୁଠାରୁ ବେଶି ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା । ତାର ସମାଧାନ ପାଇଁ ସରକାରୀ ସ୍ତରଠାରୁ ଘରୋଇ ବିଭାଗ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟା କରି ବିଫଳ ସାବ୍ୟସ୍ତ ହୋଇଛନ୍ତି । ମାତ୍ର ଠିକ୍ ଏହି ସମୟରେ ସରକାର ଠାରୁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସହଯୋଗର ହାତ ବଢାଇଛି “ମୋ ସାଥୀ” ଏହା ପୁଣି ଆମ ଓଡ଼ିଆ ଭାଷାରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡିଶାର ଗର୍ବ ନେଇ ଆଗକୁ ଆସିଛି । ସ୍କୁଲ ର ସଟଡାଉନ ସମୟରେ ସାରା ଭାରତର ଛାତ୍ରଛାତ୍ରୀ ଅନ୍ଧକାରରେ ଥିବାବେଳେ “ମୋ ସାଥୀ” ଆଲୋକର ଦିଗଦର୍ଶନ ଦେଉଛି ।

ଏହି “ମୋ ସାଥୀ”ଅନଲାଇନ୍ ଶିକ୍ଷା ବର୍ତମାନ ଆଶୀର୍ବାଦ ଭାବେ ସମସ୍ତଙ୍କ ଆଗରେ ଉଭା ହୋଇଛି । ବର୍ତ୍ତମାନ ଆପଣମାନେ ମୋବାଇଲରେ “ମୋ ସାଥୀ” ଆପ ଡାଉନଲୋଡ କରି ସବସ୍କ୍ରାଇବ କରି ଅନଲାଇନ୍ ଶିକ୍ଷାର ସୁଯୋଗ ଉଠାଇ ନିଅନ୍ତୁ । ଆମ ଦେଶ ତଥା ରାଜ୍ୟର ମାତୃଭାଷାର ଶିକ୍ଷାକୁ ପରିବ୍ୟାପ୍ତ କରାନ୍ତୁ । ଏହି “ମୋ ସାଥୀ ” ର ଅନଲାଇନ୍ ପାଠଶାଳାରେ ବିଏସଇ ବୋର୍ଡ ଆଧାରିତ ଅଷ୍ଟମ, ନବମ ଓ ଦଶମ ପିଲାମାନଙ୍କ ପାଇଁ ପବିତ୍ର ପାଠ୍ୟକ୍ରମର ବ୍ୟବସ୍ଥା ରହିଛି । ଏହା ହେଉଛି ଅଫଲାଇନ କ୍ଲାସର ବିକଳ୍ପ ଅଟେ । ଏଥି ସହିତ ଏହାକୁ ବ୍ୟବହାର କଲେ ଅଫଲାଇନ କ୍ଲାସକୁ ଅଧିକ ମଜଭୁତ କରିପାରିବ । ଜଣେ ପିଲା ଅଫଲାଇନ କ୍ଲାସ କରି ମଧ୍ୟ ଏହି ଅନଲାଇନ୍ କ୍ଲାସ କଲେ ଅଧିକ ମଜବୁତ ହୋଇପାରିବ । ଆପଣ ଆପଣଙ୍କ ସ୍ମାର୍ଟ ଫୋନ କିମ୍ବା ଟାବଲେଟରେ ପ୍ଲେଷ୍ଟୋରକୁ ଯାଇ ଏହି ଆପ ଡାଉନଲୋଡ କରି ସବସ୍କ୍ରାଇବ୍ କରିନିଅନ୍ତୁ ନହେଲେ ହେଲ୍ପଲାଇନ ନମ୍ବରରେ କଥା ହୋଇ ସେଟ କରିନିଅନ୍ତୁ ।

ଏହା ରେଡି ହେଲାପରେ ଆପଣ ପାଠ୍ୟକ୍ରମ ଅନୁସାରେ ଯାହା ବିଷୟ ଅର୍ଥାତ ଗଣିତ,ବିଜ୍ଞାନ,ଇଂରାଜୀ,ଓଡ଼ିଆ କିମ୍ବା ସାମାଜିକ ବିଜ୍ଞାନ କିଛିବି ପସନ୍ଦ କରି ବ୍ୟବହାର କରନ୍ତୁ । ବ୍ୟବହାରକାରୀ ଏଥିରେ ପଢିବା ନୋଟ୍ ସହିତ ଅବଜେକ୍ଟିଭ ଟେଷ୍ଟ ଦେଇ ପାରିବେ । ଏହି ଟେଷ୍ଟର ରେଜଲ୍ଟ ସଙ୍ଗେ ସଙ୍ଗେ ପାଇଯାଇପାରିବେ । ଏହି ଆପ ତିନି ପ୍ରକାର କଠିନ କାମର ସମାଧାନ କରିଥାଏ । ଯେମିତିକି ଏହି ଆପ୍ ସ୍ପୋକନ୍ ଇଂଲିଶ କୋର୍ସ ଯୋଗାଇ ଦେଇଥାଏ ଯାହା ବିଏସଇ ପାଠ୍ୟକ୍ରମରେ ନାହିଁ । ଏହି ଆପ୍ ଇଂରାଜୀ ଶିକ୍ଷା ସହିତ ଭୋକାବୁଲାରୀ ଜ୍ଞାନର ଉନ୍ନତି କରାଇଥାଏ । ଏହାକୁ ଛାଡ଼ି ଏହି ଆପ୍ ନିଯୁକ୍ତି କ୍ଷେତ୍ରରେ ଶିକ୍ଷା ପ୍ରଦାନ କରିଥାଏ । ନିଜର କ୍ୟାରିୟର ତିଆରି କରିବାରେ ସାହାଯ୍ୟ କରିଥାଏ । ଏହାର ଉଦ୍ୟକ୍ତା ଦୁଇଜଣ ମନୋରଞ୍ଜନ ମିଶ୍ର ଏବଂ ଶ୍ରୀକାନ୍ତ ରଥ ଭାରତ ଭିତରେ ଓଡିଶାର ଗର୍ବ ହୋଇ ଏପରି କାମ କରିପାରିଛନ୍ତି । ଏହା ହେଉଛି ମାତୃଭୂମି ମାତୃଭାଷା ପାଇଁ ଅନବଦ୍ୟ ଅବଦାନ । ବରିଷ୍ଠ ସାମ୍ବାଦିକ ସ୍ବରୂପ ଦାସ ସ୍ଵାଗତ ଭାଷଣ ଦେଇଥିଲେ । (ଚିଫ ଏଡିଟର ସ୍ବରୂପ ଦାସ)