ମୋ ସ୍କୁଲ ଅଭିଯାନ ରେ ସାମିଲ ହୋଇ ; ପାମ୍ପଡା଼ ପ୍ରାଥମିକ ବିଦ୍ୟାଳୟ କୁ ଦୟାନିଧି ରାୟଗୁରୁ ତିନି ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଗୁରୁବାର ) ନୟାଗଡ଼/ରଣପୁର  :- ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ନନ୍ଦ ତାଙ୍କ ଅବସର ଗ୍ରହଣ ପର ର ମିଳିଥିବା ସହାୟତା ରାଶି ( ୩ ଲକ୍ଷ ) ରଣପୁର ପାମ୍ପଡା଼ ପ୍ରାଥମିକ ବିଦ୍ୟାଳୟ କୁ  ‘ମୋ ସ୍କୁଲ’  ଅଭିଯାନ ରେ ସାମିଲ ହୋଇ  ପୂର୍ବତନ ଛାତ୍ର  ଶ୍ରୀ  ଦୟାନିଧି ରାୟଗୁରୁ ଙ୍କ ଜରିଆରେ ତିନି ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । 

ଆଜି ନୟାଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିଦ୍ୟାଳୟ ର  ଉନ୍ନତିକରଣ ନିମନ୍ତେ ଶ୍ରୀ ରାୟଗୁରୁ ଦାନ କରିଛନ୍ତି । ଏହି ଅବସର ରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ଏବଂ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।