No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୪ ମାର୍ଚ୍ଚ , ଗୁରୁବାର ) ମାହାଙ୍ଗା :- ମାହାଙ୍ଗା ଥାନା ଭୋଳିଦାସପୁର ଗ୍ରାମର ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ପଠାଯାଇଥିବା ଜଣା ଯାଇଛି । ମାହାଙ୍ଗା ଥାନା ଜୟପୁର ଫାଣ୍ଡି ଅଧୀନ ଭୋଳିଦାସପୁର ଗ୍ରାମର ଲକ୍ଷ୍ମୀଧର ଦାସ ଙ୍କୁ ସେହି ଗ୍ରାମ ର ବିଶ୍ଵନାଥ ସ୍ୱାଇଁ ପୂର୍ବ ଶତ୍ରୁତା ନେ଼ଇ ଏକ ଖଣ୍ଡା ରେ ଆକ୍ରମଣ କରିଥିଲେ ।

ଏଥିରେ ତାଙ୍କ ମୁହଁ ଓ ବାମ ହାତ ରେ ଗଭୀର ଆଘାତ ଲାଗିବା ସହ ଗୁରୁତର ହୋଇ ପଡ଼ିଥିଲେ । ପ୍ରଥମେ ଜୟପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଲଷ୍ମୀଧର ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଆକ୍ରମଣ କାରୀ କୁ ଥାନରେ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି ।
No Result
View All Result