No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଗୁରୁବାର ) ଭୁବନେଶ୍ୱର :- ଓଡିଶା ବିଧାନସଭା ସଚ୍ଚିବାଳୟ ପରିସରରେ ଓଡିଶା ପର୍ଯ୍ୟଟନ ନିଗମର ଏକ ଶାଖା ଖୋଲିବା ସମ୍ପର୍କିତ ବୈଠକ ବାଚସ୍ପତଙ୍କି କାର୍ଯ୍ୟାଳୟରରେ ଅନୁଷ୍ଠିତ କରାଯାଇଛି । ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଏ ସମ୍ପର୍କ ରେ ଆଲୋଚନା କରା ଯାଇଥିଲା । ବିଧାନସଭା ସଭ୍ୟ , ବିଧାନସଭା ସଚିବାଳୟ କର୍ମଚାରି , ସଚିବାଳୟସ୍ଥ ବ୍ୟାଙ୍କ୍ ଏବଂ ରେଟାରୀ କର୍ମଚାରି, ବିଧାନସଭାକୁ ଆସୁଥିବା ଆଗନ୍ତୁକ ପ୍ରଭୃତି ଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଣ ପାଇଁ ଓଡିଶା ପର୍ଯ୍ୟଟନ ନିଗମ ତରଫରୁ ଏକ କ୍ୟାଣ୍ଟିନ୍ ଖୋଲିବା ପ୍ରସ୍ତାବରେ ନିଗମ କର୍ତ୍ତୁପକ୍ଷ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖିଥିବା ପ୍ରକାଶ କରିଥିଲେ ।
ଉପଯୁକ୍ତ ଭିତ୍ତି ଭୂମି , କର୍ମଚାରୀଙ୍କ ଦରମା ଇତ୍ୟାଦି ବିଧାନସଭା ସଚିବାଳୟ ତରଫରୁ ଯୋଗାଇ ଦେଲେ ନିଗମ ତରଫରୁ କ୍ୟାଣ୍ଟିନ୍ ପ୍ରତିଷ୍ଠାରେ କୌଣସି ବାଧା ରହିବ ନାହିଁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ , ପର୍ଯ୍ୟଟନ ନିର୍ଦେଶକ ତଥା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳନା ନିର୍ଦେଶକ ସଚିନ ଯାଦବ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ ପ୍ରମଖୁ ଯୋଗ ଦେଇଥିଲେ ।
No Result
View All Result