No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିଜ୍ଞାନ ପରିଷଦ ଦ୍ୱାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଦୈନନ୍ଦିନ ଜୀବନର ବିଜ୍ଞାନର ପ୍ରୟୋଗ ସମ୍ପର୍କରେ ଗୁରୁତ୍ୱରୋପ କରିଥିଲେ । ଆଜିର ସମୟରେ ବିଜ୍ଞାନ ବିନା ମାନବ ଜୀବନ ଅସମ୍ଭବ ବୋଲି ମତବ୍ୟକ୍ତ କରିବା ସହ ବିଜ୍ଞାନରେ ମାନବ ଜୀବନକୁ ଅଧିକ ସୁଖମୟ କରିବ ବୋଲି ମତ ପ୍ରକାଶ କରିଥିଲେ ।
ଅନ୍ୟତମ ଅତିଥି ତଥା ସଭାରେ ଅଧ୍ୟକ୍ଷତା କରୁଥିବା ରମାଦେବୀ ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ଅପରାଜିତା ଚୌଧୁରୀ ନିଜସ୍ୱ କର୍ତ୍ତବ୍ୟରେ ବିଜ୍ଞାନ ଆଦି ନାରୀ ମାନଙ୍କ ପାଇଁ ଅଧିକ ପ୍ରାସଂଗିକ ବୋଲି ମତ ପ୍ରକାଶ କରିଥିଲେ । ବିଜ୍ଞାନରେ ନାରୀଙ୍କ ଉପସ୍ଥିତି ଆହୁରି ଅଧିକ ଓ ପ୍ରଭାବଶାଳୀ ସେବା ଆଜିର ଆହ୍ୱାନ ବୋଲି ସେ କହିଥିଲେ । ପ୍ରଫେସର ଚଣ୍ଡୀଚରଣ ରଥ ସ୍ୱାଗତ ଭାଷଣ ଦେଇଥିଲାବେଳେ ପ୍ରଫେସର ସସ୍ମିତା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିଭୁଦେନ୍ଦୁ ପତି ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ନଭନୀତ କାଉର, ଡ଼. ମମତା ମହାନ୍ତି, ଡ଼. ସୁଜାତା ମହାପାତ୍ର, ଡ଼ .ଶିଖା ସିଂ, ଡ଼.ଦିଲିପ୍ ବିଶି, ରେବତୀ କାନ୍ତ ମହାରଣା, ପ୍ରମୁଖ ସଭା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଅତିଥିମାନଙ୍କୁ ବିଜ୍ଞାନ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
No Result
View All Result