No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ମାର୍ଚ୍ଚ ବୁଧବାର ) ବୁଗୁଡା :- ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡାରେ ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ପଞ୍ଚ ଠାକୁରାଣୀ ଯାତ୍ରା ପାଇଁ ଏକ ବୈଠକ ଶ୍ରୀ ବିରଞ୍ଚିନାରାୟଣ କଲ୍ୟାଣୀ ମଣ୍ଡପ ରେ ଫେବୃୟାରୀ ୦୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ପଞ୍ଚ ଠାକୁରାଣୀ ଯାତ୍ରା କମିଟିର ସଭାପତି ତଥା ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଲୋଚନା ପରେ ପଞ୍ଚ ଠାକୁରାଣୀ ଯାତ୍ରା ୨୦୨୧ ମଇ ୦୫ ତାରିଖ ଠାରୁ ଆରମ୍ଭ ହୋଇ ୧୫ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଥିଲା । ୧୧ ମାର୍ଚ୍ଚ ୨୦୨୧ ତାରିଖ ଦିନ ଶୁଭଖୁଣ୍ଟି ସ୍ଥାପନ କରିବା ପାଇଁ ସ୍ଥିର କରାଗଲା ।
ପୁଣି ୨୧ ମାର୍ଚ୍ଚ ୨୦୨୧ ତାରିଖ ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ପରିଚାଳନା ବିଷୟରେ ଆଲୋଚନା କରିବାକୁ ସ୍ଥିର ହେଲା । ଶୁଭଖୁଣ୍ଟି ସ୍ଥାପନ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିବା ଯାତ୍ରା କମିଟିର ସାଧାରଣ ସମ୍ପାଦକ ବିଶ୍ୱମୋହନ ମିଶ୍ର ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମହନ୍ତ ଭକ୍ତରାମ ଦାସ , କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ଦାଶ , ଉପସଭାପତି ମନୋଜ କୁମାର ସାହୁ , ସୁଧାଂଶୁ ଶେଖର ପାଢ଼ୀ , ପ୍ରଦୀପ କୁମାର ଦାଶ , କୋଷାଧ୍ୟକ୍ଷ କାଳୀ ଚରଣ ଦାଶ , ଶରତ ଚନ୍ଦ୍ର ମହାରଣା , ହର ପ୍ରସାଦ ଦାଶ , ରଘୁନାଥ ସାହୁ , ରାଜେନ୍ଦ୍ର କୁମାର ପାଢୀ , ପ୍ରଦ୍ୟୁମ୍ନ କୁମାର ପାତ୍ର , ମଦନ ଗୋପାଳ ଦୋରା , ଗଙ୍ଗାଧର ବିଷୋୟୀ ଓ ବାବାଜୀ ନାୟକ ପ୍ରମୁଖ ବହୁ ସଦସ୍ୟ ଯୋଗଦେଇଥିଲେ । ( ରିପୋର୍ଟ : ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result