No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ମାର୍ଚ୍ଚ ବୁଧବାର ) ବୁଗୁଡା :- ବୁଗୁଡା ବ୍ଲକ ଅନ୍ତର୍ଗତ ବୁରୁଝୋଳା ପ୍ରାଥମିକ ବିଦ୍ୟାଳୟରେ ଫେବୃଆରୀ ୨ ତାରିଖ ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ବୁଟ୍ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରସିସି ମାନସ ରଞ୍ଜନ ସେଠୀ ,
ଭବାନୀ ପାତ୍ର ଓ ଆଶୁତୋଷ ମିଶ୍ର ଏବଂ ଏସଏମସି ସଭାନେତ୍ରୀ ଭାଗ୍ୟବତୀ ପ୍ରଧାନ ଯୋଗ ଦେଇଥିଲେ । ଏହି ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏରାଗୁଲ ସ୍ଵାଇଁ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ବୃନ୍ଦ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ବୁଟ ବଣ୍ଟନ କରିଥିଲେ । ସହକାରୀ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ ସହଯୋଗ କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result