No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ଭୁବନେଶ୍ୱର :- ଓଡ଼ିଶା ବିଧାନସଭା ଡିସପେନସାରୀରେ ଟିକା ନେଇଛନ୍ତି କିଛି ବିଧାୟକ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି । ସେମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁର ରାଉତରାୟ, କଂଗ୍ରେସ ନେତା ନରସିଂହ ମିଶ୍ର, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ରହିଛନ୍ତି । ନିଜ ପରିବାର ସଦସ୍ୟଙ୍କ ସହ ଟିକା ନେବା ପାଇଁ ବିଧାନସଭା ଡିସପେନସାରୀରେ ପହଞ୍ଚିଥିଲେ। ଜଟଣୀ ବିଧାୟକ ସୁର ରାଉତରାୟ ସାଙ୍ଗରେ ପତ୍ନୀକୁ ଧରି ବିଧାନସଭାର ଡିସପେନସାରୀ କେନ୍ଦ୍ରରେ ଟିକା ନେଇଥିଲେ । ଟିକାକୁ ନେଇ ଭୟଭୀତ ନଥିବା କହିଥିଲେ ବିଧାୟକ ଓ ତାଙ୍କ ପତ୍ନୀ ।
ମାର୍ଚ୍ଚ ୧ରେ ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି । ଆଜି ଟିକାକରଣର ଦ୍ୱିତୀୟ ଦିନରେ ପ୍ରଥମ କରୋନା ଟିକା ନେଇଛନ୍ତି ଜଟଣୀ ବିଧାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ନେଲାପରେ ମୁଁ ଟିକା ନେବାକୁ ଆସିଛି କହିଥିଲେ ସୁର ରାଉତରାୟ। ନିୟମ ଅନୁସାରେ ପ୍ରଥମେ ଫର୍ମ ପୂରଣ କରି କରୋନା ଟିକା ନେଇଥିଲେ ବିଧାୟକ । କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ କରୋନା ଟିକା ନେଇଛନ୍ତି ।
ସେପଟେ କଂଗ୍ରେସର ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ନିଜ ପରିବାର ସହ ଟିକା ଦେବାକୁ ପହଞ୍ଚିଥିଲେ । ସମସ୍ତେ ଟିକା ନିଅନ୍ତୁ ଓ ସରକାରଙ୍କୁ ସହଯୋଗ କରନ୍ତୁ କହିଥିଲେ ଖରିଆର ବିଧାୟକ । କରୋନା ଟିକା ନେବା ପାଇଁ ଡିସପେନସାରୀରେ ପହଞ୍ଚିଥିଲେ ଲୋଇସିଙ୍ଗା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । କିନ୍ତୁ ତାଙ୍କ ବୟସ ୪୮ ବର୍ଷ ହୋଇଥିବାରୁ ଏବଂ ତାଙ୍କ ପାଖରେ କୌଣସି ରୋଗ ନଥିବାରୁ, ନିୟମ ଅନୁଯାୟୀ ତାଙ୍କୁ ଟିକା ଦିଆଯାଇନାହିଁ । ରାଜ୍ୟରେ ଆରମ୍ଭ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । କେବଳ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଓ ୪୫ ରୁ ୬୦ ବର୍ଷ ମଧ୍ୟରେ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ଘରୋଇ ହସ୍ପିଟାଲମାନଙ୍କରେ ଟିକାର ମୂଲ୍ୟ ୨୫୦ ଟଙ୍କା ରଖାଯାଇଛି । ସୋମବାର ପ୍ରାୟ ୧୧ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି କରୋନା ଟିକା ନେଇଥିବା ସୂଚନା ମିଳିଛି ।
No Result
View All Result