No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ଆଠଗଡ :- ରୋଡ ଉପରେ କମେଣ୍ଟ ମାରିଲା ରସିକିଆ ଯୁବକ, ତା’ପରେ ଯୁବତୀଙ୍କ ଗୋଡ ଧରି ଭୂଲ ମାଗିଲା ଆଠଗଡ ତିଗିରିଆ ଅଞ୍ଚଳର ଏହି ରସିକିଆ ଯୁବକ ଜଣେ କଲେଜ୍ ଛାତ୍ରୀଙ୍କୁ କିଛି ଦିନ ଧରି ପିଛା କରୁଥିଲା । କଲେଜ ଯିବା ବାଟରେ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ବହୁ ହଇରାଣ କରୁଥିଲା ।

ଛାତ୍ରୀ ଜଣଙ୍କ ବି ଏପରି ନକରିବାକୁ ତାଗିଦ୍ କରିଥିଲେ । କିନ୍ତୁ ମାନିଲାନି ରୋମିଓ ଜଣଙ୍କ । ପ୍ରେମ ନିଶା ଘାରିଛି କରିବ ବା କଣ ..? ତେବେ ବାରମ୍ବାର ଯୁବକର ଏଭଳି ଆଚରଣରେ ବିରକ୍ତ ହୋଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ଏହାକୁ ନେଇ ଘରଲୋକେ ଥାନାରେ ଜଣାଇଲା ପରେ ଯୁବକକୁ ଡକାଇଥିଲା ପୋଲିସ । ନିର୍ଦ୍ଧୁମ ଛେଚିଲା, ଧକାବେକା ବି ଦେଲା, ଆଉ କିଛି ଉପାୟ ନପାଇ ବିଚରା ଯୁବକ ଯୁବତୀଙ୍କ ଗୋଡ ଧରି ଭୂଲ ମାଗିଲା ।
No Result
View All Result