• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଫାଇଲେରିଆର ମୁକାବିଲା କରିବାକୁ ଗୋଷ୍ଠୀ ସମର୍ଥନ ଓ ଅଂଶଗ୍ରହଣ ନିତାନ୍ତ ଜରୁରୀ : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଧାୟକ-ସୋରଡା

Proprietor Abhimanyu Maharana by Proprietor Abhimanyu Maharana
March 2, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଫାଇଲେରିଆର ମୁକାବିଲା କରିବାକୁ ଗୋଷ୍ଠୀ ସମର୍ଥନ ଓ ଅଂଶଗ୍ରହଣ ନିତାନ୍ତ ଜରୁରୀ : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଧାୟକ-ସୋରଡା
Share on FacebookShare on TwitterWhatsapp

ଜାତୀୟ ଲସିକା ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ସୋରଡା 

ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ସୋରଡା :- ଲସିକା ଫାଇଲେରିଆର ମୂଳୋତ୍ପାଟନ ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତକରିବା ସହିତ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଦିଆଯାଉଥିବା ଫାଇଲେରିଆ ନିରାକରଣ ଔଷଧ ସେବନ କରିବାକୁ ଗୋଷ୍ଠୀ ସଦସ୍ୟଙ୍କୁ ନିବେଦନ କରିଛନ୍ତି । ଗଣ ଔଷଧ ସେବନ (ଏମଡିଏ) କାର୍ଯ୍ୟକ୍ରମର ଏହି ଦ୍ୱିତୀୟ ପର୍ଯ୍ୟାୟ ଜାତୀୟ ଲସିକା ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଓଡ଼ିଶାର ବଛାବଛା ଜିଲାରେ କାର୍ଯ୍ୟକାରୀ କରାଯାଉଛି । ମାସ୍କ ପରିଧାନ, ହାତ ଧୋଇବା ଏବଂ ଶାରୀରିକ ଦୂରତା ବଜାୟ ଭଳି କୋଭିଡ-୧୯ ନିରାପତ୍ତା ନିର୍ଦ୍ଦେଶାବଳୀକୁ ପାଳନ କରି ଗଞ୍ଜାମ ଜିଲାରେ ୩୫,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏହି ଔଷଧ ସେବନ କରିବାକୁ ଦିଆଯିବ । ‘ପୋଲିଓକୁ ନିର୍ମୂଳ କରିବାକୁ ଗୋଷ୍ଠୀ ସମୁଦାୟ ଯେଉଁଭଳି ଭାବରେ ଏକତ୍ର ଆଗେଇ ଆସିଥିଲେ, ଫାଇଲେରିଆ କ୍ଷେତ୍ରରେ ମଧ୍ୟ ସେମାନେ ସେହିଭଳି କରିବା ଆବଶ୍ୟକ,” ବୋଲି ଶ୍ରୀ ସ୍ୱାଇଁ କହିଥିଲେ ।

ଫାଇଲେରିଆ ଅଥବା ହାତିପାଓଁ (ଗୋଦରା ରୋଗ) ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ଯାହା ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ ଏବଂ ବିଶ୍ୱବ୍ୟାପୀ ଦୀର୍ଘକାଳୀନ ଅକ୍ଷମତାର ଏହା ଅନ୍ୟତମ ମୁଖ୍ୟ କାରଣ ହୋଇଛି । ସାଧାରଣତଃ ପିଲାଦିନେ ସାଧାରଣତଃ ହେଉଥିବା ଏହି ସଂକ୍ରମଣ ଲିମ୍ଫାଟିକ୍‍ ବ୍ୟବସ୍ଥାକୁ ନଷ୍ଟ କରିଦେଇଥାଏ ଏବଂ ଯଦି ତାହାର ଚିକିତ୍ସା କରାନଯାଏ ତେବେ ତାହା ଶରୀରର ବିଭିନ୍ନ ଅଂଶରେ ଅସ୍ୱାଭାବିକ ଫୁଲା ସୃଷ୍ଟି କରେ । ଫାଇଲେରିଆରେ ସଂକ୍ରମିତ ଲୋକ ଅନେକ ସମୟରେ ହାଇଡ୍ରୋସିଲ୍‍, ଲିମ୍ଫୋଡେମା (ଅଙ୍ଗ ପ୍ରତ୍ୟଙ୍ଗରେ ଫୁଲା), ଚାଇଲୁରିଆ (ଦୁଗ୍ଧଭଳି ଧଳା ପରିସ୍ରା)ରେ ଆକ୍ରାନ୍ତ ହୋଇଥାନ୍ତି । ଏହା ଅନେକ ସମୟରେ ସାମାଜିକ ସ୍ତରରେ ସେମାନଙ୍କୁ ଏକଘରିଆ କରିବା ସହିତ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟର ଆଶାନୁରୂପ ବିକାଶ କରେନାହିଁ, ସେମାନଙ୍କ କ୍ଷେତ୍ରରେ ଆୟକାରୀ ସୁଯୋଗ ହାତଛଡା ହେବା ସହିତ ବାରମ୍ବାର ଜ୍ୱର ଓ ସଂକ୍ରମଣ ହେବାଯୋଗୁଁ ରୋଗୀ ଓ ସେମାନଙ୍କ ପ୍ରଯତ୍ନକାରୀଙ୍କର ଚିକିତ୍ସା ଖର୍ଚ୍ଚ ବୃଦ୍ଧିପାଏ ।

ସୋରଡା ବ୍ଲକର କୋରଡବାରି ଗ୍ରାକରେ ଦ୍ୱାର ଦ୍ୱାର ଯାଇ ଔଷଧ ସେବନ ପ୍ରକ୍ରିୟାରେ ସାମିଲ ହେବାପରେ ବିଧାୟକ ନିଜେ ଏବଂ ବ୍ଲକ ଅଧ୍ୟକ୍ଷା ସାଇବାଣି ମଲ୍ଲିକ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରାକରଣ ଔଷଧ ସେବନ କରିଥିଲେ, ଯଦ୍ଦ୍ୱାରା ଜନସାଧାରଣ ଆଗେଇ ଆସି ତାହା କରିବେ । “ଏହା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଏହି ଔଷଧର ପାଶ୍ୱର୍ ପ୍ରତିକ୍ରିୟା ନାହିଁ ଏବଂ ୨ ବର୍ଷରୁ କମ୍‍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ପ୍ରତ୍ୟେକ ଲୋକ ଏହାକୁ ସେବନ କରିପାରିବେ,” ବୋଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାଇବାଣି ମଲ୍ଲିକ କହିଥିଲେ । ଏହି ଗଣ ଔଷଧ ସେବନ (ଏମଡିଏ) ପର୍ଯ୍ୟାୟ ଓଡ଼ିଶାରେ ଫେବ୍ରୁଆରୀ ୨୫ ତାରିଖରେ ଆରମ୍ଭ ହୋଇଥିା ଏବଂ ୨୦୨୧ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ପ୍ରଦାନ କରାଯାଉଛି ଏବଂ ସେମାନଙ୍କ ଉପସ୍ଥିତିରେ ଏହାକୁ ସେବନ କରିବାକୁ ହେବ । ଔଷଧ ସେବନ ପାଇଁ ଗୋଷ୍ଠୀ ସ୍ତରରେ ରହୁଥିବା କୁଣ୍ଠବୋଧ ସମ୍ପର୍କରେ ପ୍ରକାଶକରି ବିଧାୟକ ଶ୍ରୀ ସ୍ୱାଇଁ ଏହି ଔଷଧ ସେବନର ଅତିରିକ୍ତ ଫାଇଦା ସମ୍ପର୍କରେ ମଧ୍ୟ ଜୋର୍‍ ଦେଇଥିଲେ । ସେ କହିଥିଲେ, “ଏହି ଔଷଧ କେବଳ ଫାଇଲେରିଆର ମୁକାବିଲା କରୁନାହିଁ, ତାହାସହିତ ଅନ୍ତନଳୀରେ ରହୁଥିବା କୃମି ଦ୍ୱାରା ହେଉଥିବା ସଂକ୍ରମଣର ଚିକିତ୍ସା ମଧ୍ୟ କରୁଛି । ତାହାସହିତ ଏହା ଭୋକ ବଢାଇବାରେ ସହାୟକ ହେବାସହିତ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ଘଟାଉଛି ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

NSE launches Electronic Gold Receipts (EGRS) to strengthen India’s Gold Eco System

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

NSE launches Electronic Gold Receipts (EGRS) to strengthen India’s Gold Eco System

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version