No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ମାର୍ଚ୍ଚ ,ମଙ୍ଗଳବାର ) ସାନଖେମୁଣ୍ଡି :- କଙ୍କୋରଡ଼ା ସ୍ଥିତ ରାଧା ପାଣିଗ୍ରାହୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଶ୍ରୀ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଆନୁକୁଲ୍ୟରେ ଏକ ମାଗଣା ପରଳ ଓ ଗ୍ଲୁକୋମା ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସମରଝୋଳ ସ୍ଥିତ ଶ୍ରୀ ଶଙ୍କର ଚକ୍ଷୁ ଚିକିତ୍ସା କେନ୍ଦ୍ର ସହ ଫୋଲଟ୍ରନ୍ ଇଣ୍ଡିଆ ଗ୍ରୁପ୍ ଓ ସାଇଟ୍ ସେଭରେସ ଇଣ୍ଡିଆ ମିଳିତ ସହାୟତାରେ ଆୟୋଜିତ ଏହି ଶିବିରକୁ ଆୟୋଜକ ତଥା ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟ ଶ୍ରୀ ପ୍ରତାପ ପ୍ରଧାନ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରରେ ମୋଟ ୫୨ଜଣଙ୍କର ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ୧୭ ଜଣଙ୍କୁ ପରଳ ଚିକିତ୍ସା ପାଇଁ ଶଙ୍କର ଚିକିତ୍ସାଳୟ କୁ ପଠା ଯାଇଛି ଏବଂ ୯ ଜଣ ଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯାଇଛି ୫ ଜଣଙ୍କ ଠାରେ ଗ୍ଲୁୁକୋମା ନିରୂପଣ କରାଯାଇଥିଲା । ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କ୍ୟାମ୍ପ ମାନେଜର ଶ୍ରୀ ନଳିନୀ କାନ୍ତ ରାଉତଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଚକ୍ଷୁ ଚିକିତ୍ସକ ଆଶିଷ କୁମାର ସାହୁ , ସୁଶ୍ରୀ ଅଲିଭା ପଟ୍ଟନାୟକ , ଇପିଲି ସକିଲି ପ୍ରମୁଖ ଶିବିର ପରିଚାଳନା କରିବା ସହିତ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result