• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନବୀନ ସରକାର ବିରୁଦ୍ଧରେ ଛାତ୍ର କଂଗ୍ରେସର ବିଶାଳ ବିକ୍ଷୋଭ ଓ ରାଲି

Proprietor Abhimanyu Maharana by Proprietor Abhimanyu Maharana
March 1, 2021
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ନବୀନ ସରକାର ବିରୁଦ୍ଧରେ ଛାତ୍ର କଂଗ୍ରେସର ବିଶାଳ  ବିକ୍ଷୋଭ ଓ ରାଲି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧ ମାର୍ଚ୍ଚ,ସୋମବାର ) ଭୁବନେଶ୍ୱର :- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ କଂଗ୍ରେସ ଭବନ ଠାରେ ବେକାରୀ ସମସ୍ୟା ପ୍ରସଙ୍ଗରେ “ନୌକରୀ ଦୋ ୟା ଡିଗ୍ରୀ ୱାପସ୍ ଲୋ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀ ନିରଜ କୁନ୍ଦନ କହିଥିଲେ ଯେ ନବୀନ ସରକାର ବର୍ଷକୁ ୨ ଲକ୍ଷ ଓ ମୋଦି ସରକାର ବର୍ଷକୁ ୨ କୋଟିର ନିଯୁକ୍ତି ପ୍ରତିଶ୍ରୁତି ଦେଇ ଛାତ୍ର ଓ ଯୁବ ସମାଜକୁ ଭୁଆଁ ବୁଲାଉଛନ୍ତି । ନବୀନ ୨୧ ବର୍ଷରେ ଏବଂ ମୋଦି ୭ ବର୍ଷରେ ଛାତ୍ର ଓ ଯୁବକମାନଙ୍କ ସମସ୍ୟାର ସମାଧାନ ପାଇଁ ଆଦୌ ଚିନ୍ତା କରିନାହାନ୍ତି । ଦେଶରେ ଓ ରାଜ୍ୟରେ ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣ କରାଯାଉଛି । ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । କଂଗ୍ରେସ ଦେଶ ଗଢ଼ିଛି ଓ ବିଜେପି ଦେଶ ବିକୁଛି । ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ପ୍ରତାରକ । ମନମୋହନ ସିଂ ସରକାର ଅଶୋଧିତ ତୈଳଦର ବ୍ୟାରେଲ ପିଛା ୧୫୦ ଡଲାର ଥିବାବେଳେ ପେଟ୍ରୋଲ ଲିଟରକୁ ୭୦ ଟଙ୍କା ଓ ଡିଜେଲ ଲିଟରକୁ ୫୫ ଟଙ୍କାରେ ଦେଇପାରୁଥିଲେ ।

ଏବେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ମାତ୍ର ୬୦ ଡଲାର ଥିବାବେଳେ ପେଟ୍ରୋଲ ଓ ଡିଜେଲର ଦର ୧୦୦ ଟଙ୍କାରେ ପହଂଚିଲାଣି । ପେଟ୍ରୋଲ ଓ ଡିଜେଲ ଉପରୁ ମୋଦି ଟ୍ୟାକ୍ସ ଓ ନବୀନ ଟ୍ୟାକ୍ସ ମିଶି ୭୦ ପ୍ରତିଶତ । ମନମୋହନ ସିଂ ସରକାର ସାଧାରଣ ଜନତାଙ୍କ ପାଇଁ ସୂଚନା ଅଧିକାର ଆଇନ୍‌, ଶିକ୍ଷା ଅଧିକାର ଆଇନ୍‌, ଖାଦ୍ୟ ଅଧିକାର ଆଇନ୍ ପ୍ରଭୃତି ଜନମଙ୍ଗଳକାରୀ ଯୋଜନା କରିଥିବା ବେଳେ ମୋଦି ସରକାର ଆଦାନି ଓ ଅମ୍ବାନୀକୁ ସୁହାଇଲା ଭଳି କେନ୍ଦ୍ରୀୟ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି । ଓଡିଶାର ନବୀନ ସରକାର କେନ୍ଦ୍ରର କଳା କୃଷି ଆଇନ୍‌କୁ ସମର୍ଥନ ଜଣାଇଛନ୍ତି । ମୋଦି ଦେଶର କୃଷକଙ୍କୁ ଦେଶଦ୍ରୋହୀ ବୋଲି କହୁଛନ୍ତି । ନବୀନ ପଟ୍ଟନାୟକଙ୍କର ୨୧ ବର୍ଷର ଶାସନରେ ରାଜ୍ୟର ଛାତ୍ର, ଯୁବକ ଅସହାୟ ଅବସ୍ଥାରେ ଅଛନ୍ତି । ପୁରପଲ୍ଲୀରୁ ରାଜଧାନୀ ପର୍ଯ୍ୟନ୍ତ ନବୀନ ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ ଗଢି ତୋଳିବା ପାଇଁ ଶ୍ରୀ କୁନ୍ଦନ ଛାତ୍ର ସମାଜକୁ ଆହ୍ୱାନ ଦେଇଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ମୋଦି ଓ ନବୀନ ଶାସନରେ ଗଣତନ୍ତ୍ର ବିପଦଗ୍ରସ୍ତ ।

ଆଜିର ଦରଦାମ୍ ବୃଦ୍ଧି, ତୈଳଦର ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା, ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତି, ମହିଳା ଗଣଦୁଷ୍କର୍ମ ଘଟଣାରେ ବିଜୁବାବୁଙ୍କ ସ୍ୱପ୍ନ ଓ ମୋଦିଜୀଙ୍କ ଆଚ୍ଛାଦିନ୍ ପ୍ରକଟିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ସମାଲୋଚନା କରିଥିଲେ । ଗୋଟିଏ ରାଜ୍ୟର ଭାଗ୍ୟ ବଦଳାଇବା ପାଇଁ ମାତ୍ର ୧୦ ବର୍ଷ ସମୟ ଯଥେଷ୍ଟ । ନବୀନ ସରକାର ଓଡିଶାର ଭାଗ୍ୟ ବଦଳାଇବେ କ’ଣ ଓଡିଶାକୁ ୫୦ ବର୍ଷ ପଛକୁ ଠେଲି ଦେଇଛନ୍ତି । ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂପାଦକ ତଥା ଓଡିଶା ପ୍ରଭାରୀ ରୋଶନଲାଲ ବିଟୁ ମୋଦି ଓ ନବୀନ ଶାସନର କଡା ସମାଲୋଚନା କରିବା ସହ ଏ ଦୁଇ ସରକାର ଛାତ୍ରସ୍ୱାର୍ଥ ବିରୋଧି ସରକାର ବୋଲି କହିଛନ୍ତି । ଉପସ୍ଥିତ ଛାତ୍ର କଂଗ୍ରେସ ନେତା ଓ କର୍ମୀଙ୍କୁ ଶ୍ରୀ ବିଟୁ ଶପଥ ପାଠ କରାଇଥିଲେ ଯେ ଛାତ୍ର ସମାଜ ପାଇଁ ଦେଶରେ ଲଢ଼େଇ କରୁଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଜୀ ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦିକ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ କାନ୍ଧ ମିଳାଇ ଚାଲିବା । ଦେଶରେ ଛାତ୍ରଛାତ୍ରୀମାନଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଆକ୍ରମଣ ବିରୁଦ୍ଧରେ ଛାତ୍ର କଂଗ୍ରେସର ସ୍ୱର ଶାଣିତ ରହିବ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଲଢୁଥିବା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱର ସହ ସ୍ୱର ମିଳାଇ ସରକାରଙ୍କ କୁଶାସନ ବିରୁଦ୍ଧରେ ଜୋରଦାର ଲଢ଼େଇ ଜାରି ରଖିବା । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଥିଲେ ଯେ ପ୍ରଦେଶ ଛାତ୍ର କଂଗ୍ରେସ ଆନ୍ଦୋଳନ ମାଧ୍ୟମରେ ପରିସ୍ଥିତିର ପରିବର୍ତନ ପାଇଁ ପ୍ରଚେଷ୍ଟାରତ ।

ଓଡିଶାରେ ୨୧ ବର୍ଷ ଭିତରେ ନବୀନ ସରକାର ତାଙ୍କର ନିଯୁକ୍ତି ପ୍ରତିଶ୍ରୁତି ପୂରଣ କରିପାରିଲେ ନାହିଁ । ବର୍ଷକୁ ୨ ଲକ୍ଷ ହିସାବରେ ୨୧ ବର୍ଷରେ ୪୨ ଲକ୍ଷ ନିଯୁକ୍ତି ପରିବର୍ତେ ଆଜି ୪୨ ଲକ୍ଷ ବେକାର ଯୁବକଯୁବତୀ ରାଜରାସ୍ତାରେ ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାର ଘରୋଇକରଣ କରି ବେସରକାରୀ ସ୍କୁଲର ମାଲିକମାନଙ୍କ ସହ ହାତ ମିଳାଇଛନ୍ତି । ରାଜ୍ୟର ୧୪ ହଜାର ସ୍କୁଲକୁ ବନ୍ଦ କରି ଦିଆଯାଇଛି । ସରକାରୀ ସ୍କୁଲରେ ଶିକ୍ଷକ ନାହାନ୍ତି ଏବଂ ଗୁଣାତ୍ମକ ଶିକ୍ଷାଦାନର ଭିତିଭୂମି ନାହିଁ । ଆଜି ଛାତ୍ର ସମାଜ କହୁଛି ଯଦି ନିଯୁକ୍ତି ନଦେଇ ପାରୁଛ ତେବେ ଭତା ଦିଅ, ଭତା ନଦେଇ ପାରିଲେ ଡିଗ୍ରୀ ଫେରାଇ ନିଅ । ମୟୁରଭଞ୍ଜରୁ ମାଲକାନାଗିରି ପର୍ଯ୍ୟନ୍ତ ଛାତ୍ର ସମାଜକୁ ସଂଗଠିତ କରି ଯୁବ ଛାତ୍ର ବିରୋଧି ନବୀନ ସରକାର ବିରୁଦ୍ଧରେ ଜନଆନ୍ଦୋଳନ କରିବା ପାଇଁ ଶ୍ରୀ ନୱାଜ କହିଛନ୍ତି । ଶ୍ରୀ ନୱାଜ କହିଛନ୍ତି ରାଜ୍ୟରେ ଆଜି ଛାତ୍ର, ଯୁବକ, ମହିଳା ଓ କୃଷକ ହିଟଲରୀ ଶାସନର ଯନ୍ତ୍ରଣା ଭୋଗୁଛନ୍ତି । ଛାତ୍ର କଂଗ୍ରେସ ଆନ୍ଦୋଳନ ମାଧ୍ୟମରେ ନିଶ୍ଚିତ ଏହାର ପରିବର୍ତନ କରିବ । ସଭାପରେ ପରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ରାଜମହଲ ଛକଠାରେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ । ପୋଲିସ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଭାପତି ନିରଜ କୁନ୍ଦନ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଆଦିତ୍ୟ ଚୌଧୁରୀ, ବିବେକ ସିଂ ପଟେଲ, ରାହୁଲ ପ୍ରମୁଖ ଛାତ୍ର କଂଗ୍ରେସର କର୍ମକର୍ତା ଓ ନେତୃବୃନ୍ଦଙ୍କୁ ଗିରଫ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସଂଗ୍ରାମ କେଶରୀ ଜେନା, ମାନସ ଚୌଧୁରୀ, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ରଜତ ଚୌଧୁରୀ, ରାଜୀବ ପଟ୍ଟନାୟକ, ଅଭିଳାଷ ମାଣିଆ, ବିପ୍ଳବ ଶିଳାଦିତ୍ୟ, ମନୋଜ ବିଶ୍ୱାଳ, କିରଣ ସାହୁ, ରଂଜିତ ପାତ୍ର, ସ୍ୱାଗତ କର, ସାଗର ପଟ୍ଟନାୟକ, ଅଭିଳାଷ ନନ୍ଦ, ଆଲୋକ ଲେଙ୍କା, ଅଜୟ ସାହୁ, କାର୍ତିକ କାଣ୍ଡି, ବାବୁ ଜେନା, ଦେବଦତ ଦାସ, ଅଖିଳେଶ ଯାଦବ, ସୌମ୍ୟରଂଜନ ବରାଳ, ବିପ୍ଳବ ପରିଡା, ଅହମ୍ମଦ ଖାନ, ରାଜଦୀପ ବେହେରା, ସାମସନ ଦାସ, ନାଜିଆ ପରବିନ୍‌, ହରପ୍ରସାଦ ବେହେରା, ସୌରଭ ପଟ୍ଟନାୟକ, ଅଭିଷେକ ନାୟକ, ଆଜାଦ୍ ପତି, ଅନ୍ନବ ବାବୁ, ଲୁଲୁ ପାଣିଗ୍ରାହୀ, ବାପୁଜୀ ପ୍ରଧାନ, ସୌମ୍ୟରଂଜନ ମିଶ୍ର, କାଜଲ ବାରିକ, ବିଶ୍ୱଭୂଷଣ ମହାପାତ୍ର, ସୂର୍ଯ୍ୟକାନ୍ତ ସାହୁ, ଅଙ୍କିତ ସାହୁ, ଅଭିଷେକ ନାୟକ, ଗୁଲଫାମ ଅଲ୍ଲୀ, ବିକ୍ରମ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଛାତ୍ର କଂଗ୍ରେସ ନେତା ନିହାର ବେହେରା ସଭାକାର୍ଯ୍ୟ ପରିଚାଳନା ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏବିଭିପିର ୫ ଜଣ ନେତା ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

May 4, 2026
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ – ଦୁଇ ଦେଶୀ ବନ୍ଧୁକ ଜବତ

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version