No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ମାର୍ଚ୍ଚ ସୋମବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଳକ ବିଇଓ ବସନ୍ତ କୁମାର ପଣ୍ଡା ନିଜ କାର୍ଯ୍ୟରୁ ରବିବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ରବିବାର ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶିଲ କୁମାର ପାତ୍ର ଯୋଗଦେଇ ଅବସର ଗ୍ରହଣ କରିଥିବା ବିଇଓ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ହିଞ୍ଜିଳିକାଟୁ ବ୍ଳକର ଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ସେବା ଯୋଗାଇ ଦେବାରେ ଶିର୍ଷ ସ୍ଥାନ ହାସଲ କରିପାରିଛନ୍ତି । ଜଣେ କର୍ତବ୍ୟନିଷ୍ଠ ଓ ଦକ୍ଷ ପ୍ରଶାସକ ଭାବେ ହିଞ୍ଜିଳିକାଟୁ ବ୍ଳକ ଓ ପୈାରପରିଷଦର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଜନ ସାଧାରଣଙ୍କ ହୃଦୟକୁ ଜିଣି ପାରିଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ପାତ୍ର ମତବ୍ୟକ୍ତ କରିଥିଲେ ।
ଅବସରପ୍ରାପ୍ତ ବିଇଓ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟଦକ୍ଷତା ସର୍ବଦା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷାଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୁନି କହିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଲାଲମୋହନ ସାହୁ ,ରଶ୍ମିତା ଦାସ, ସନ୍ତୋଷ ବେହେରା,ଅଖିଳ କୁମାର ପଣ୍ଡା,ଆର ଭିମରାଜୁ, ପି ରାମା ରାଓ, ରଶ୍ମିତା ଭୋଳ, ଗାୟତ୍ରୀ ଚୈାଧୁରୀ, ହେମନ୍ତ ନନ୍ଦ, କିରାଣୀ ମଧୁସୁଦନ ପଣ୍ଡାଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ଅବସରକାଳୀନ ସଭା ପୁର୍ବରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଣ୍ଡା ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ୨ଟି ସ୍ମାର୍ଟ କ୍ଳାସ ରୁମ୍ର ଶୁଭାରମ୍ଭ କରିଥିଲେ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରସନ କୁମାର ପାତ୍ର , ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result