No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ମାର୍ଚ୍ଚ ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର୍.ଉପକାରାଗାରରୁ ଦୁଇଜଣ କଏଦୀ ଚମ୍ପଟ ଘଟଣାରେ ଆଜି ଜେଲ ଡିଆଇଜି ରଘୁନାଥ ମାଝୀ ଜେଲ ପରିସରରେ ପହଞ୍ôଚ ସବୁ କିଛି ଅନୁଧ୍ୟାନ ଓ ତଦନ୍ତ କରିଛନ୍ତି । ଜେଲରୁ କଏଦୀ ଚମ୍ପଟ ଘଟଣାରେ ଜଣେ ଜେଲ ୱାର୍ଡେର ସମ୍ପୃକ୍ତ ଥିବା ଡିଆଜି ପ୍ରକାଶ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସମସ୍ତ ରିପୋର୍ଟ ପ୍ରଦାନ କରାଯିବ । ଘଟଣାରୁ ପ୍ରକାଶ ଯେ, ଗତକାଲି ଦୁଇ ଜଣ କଏଦୀ ଆର୍.ଉଦୟଗିରି ଜେଲରୁ ପାଚେରୀ ଡେଇଁ ଫେରାର ହୋଇଯାଇଥିଲେ । ସେମାନେ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଶରତ କୁମାର ଦେ(୨୮) ଓ ଅନ୍ୟଜଣ ହେଲେ ଗଜପତି ଜିଲ୍ଲା ଅଡବା ଅଞ୍ଚଳର କରୁଣା ଗାମାଙ୍ଗ (୨୫) । ଏହି ଘଟଣା ଜାଣିବା ପରେ ଆର୍.ଉଦୟଗିରି ସବ୍ଜେଲ ଓ ପୋଲିସ ଥାନାର କର୍ମକର୍ତ୍ତା ମାନେ ମିଳିତ ଭାବେ ସେମାନଙ୍କୁ ବହୁ ଖୋଜା ଖୋଜି କରିଥିଲେ । ଏହି ସମୟରେ ତୁମନ ପାହାଡ ଉପରେ ବ୍ରହ୍ମଗିରି ଅଞ୍ଚଳର ଶରତଙ୍କୁ କାବୁ କରାଯାଇଥିଲା । ଅନ୍ୟଜଣେ କରୁଣା ଗମାଙ୍ଗଙ୍କ ଆଜି ସୁଦ୍ଧା ନିଖୋଜ ରହିଛି ।
ତାକୁ ଧରିବା ପାଇଁ ଗଜପତି ଜିଲ୍ଲାର ସମସ୍ତ ଥାନାର ପୋଲିସ ସହ ପଡୋଶୀ ଗଂଜାମ ଓ କନ୍ଧମାଳ ପୋଲିସ ମଧ୍ୟ ବ୍ୟାପକ ଉଦ୍ୟମ ଜାରୀ ରଖିଥିବା ଜେଲ୍ ଡିଆଇଜି ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ଏହି ଘଟଣା ନେଇ ଆର୍.ଉଦୟଗିରି ଥାନାରେ ୩୪/୨୧ରେ ଏକ ମାମଲା ରୁଜୁ ହୋଇଥିବା ଏସ୍.ଆଇ. ମୁକେଶ କୁମାର ଲାକ୍ରା କହିଛନ୍ତି । ଏହି ଦୁଇ ଜଣ କଏଦୀ ଗତ ୨୦୨୦ ଅଗଷ୍ଟରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ବିଚାରଧୀନ କଏଦୀ ଭାବେ ପାରଳାଖେମୁଣ୍ଡି ଜେଲ୍ରେ ଥିଲେ । ହେଲେ କରୋନା ସମୟରେ ସାମାଜିକ ଦୂରତା ଦୃଷ୍ଟିରୁ ଏହି ଦୁଇ ଜଣଙ୍କୁ ଆର୍.ଉଦୟଗିରି ଜେଲ୍କୁ ଗତ ବର୍ଷ ସ୍ଥାନାନ୍ତର କରାଯାଇଥିଲା । ଜେଲ୍ ଡିଆଇଜି ରଘୁନାଥ ମାଝୀ କହିଛନ୍ତି ଏହି କଏଦୀ ଚମ୍ପଟ ଘଟଣା ଏକ ସୁପରିକଳ୍ପିତ ଷଢଯନ୍ତ୍ର ଅଟେ । କିଛି ଜେଲ୍ ବାହାରର ଲୋକଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏବଂ ଆର୍.ଉଦୟଗିରି ଜେଲ୍ରେ କାର୍ଯ୍ୟରତ ୱାର୍ଡେର ଦେବେନ୍ଦ୍ର ମଲିଙ୍କ ସୁଚିନ୍ତିତ ଭାବେ ଏହି କଏଦୀମାନଙ୍କ ଚମ୍ପଟରେ ଜଡିତ ରହିଥିବା ସମସ୍ତ ଅନୁଧ୍ୟାନ ଓ ତଦନ୍ତରୁ ଜଣାପଡିଛି । ଏହି ଘଟଣାର ସମସ୍ତ ତଥ୍ୟ ପଦସ୍ଥ ଅଧିକାରୀଙ୍କ ଠାରେ ଉପସ୍ଥାପିତ କରାଯିବ । ଏଥିରେ ସମ୍ପୃକ୍ତ ବ ୱାର୍ଡେରଙ୍କ ସହ ବାହାରର ଯେଉଁ ମାନେ ଜଡିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result