No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ମାର୍ଚ୍ଚ ସୋମବାର) କଳାହାଣ୍ଡି :- କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇରହିଲା । ଏହା ଫଳରେ ଗାଁରେ ରହୁଥିବା ଗରିବ ପିଲାଙ୍କ ପାଠପଢା ଠପ୍ ହୋଇଗଲା । ପିଲାଏ ପାଠ ପଢିବା ଭୁଲି ବିଭିନ୍ନ ପ୍ରକାର କାମଧନ୍ଦାରେ ନିୟୋଜିତ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଲା । ଠିକ ଏହି ସମୟରେ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ନାଗରିକ ବିକାଶ ସଂଗଠନ ଆରମ୍ଭ କରିଛି ଏକ ଅଭିନବ ଉପାୟ । ବିଭିନ୍ନ ଗ୍ରାମରେ ମୋ ଚାଟଶାଳୀ ଖୋଲି ସ୍ଵେଚ୍ଛାସେବୀ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇ ଗରିବ ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।
ଏଥିପାଇଁ ଲାଞ୍ଜିଗଡ଼ ବ୍ଲକର କିଡିଙ୍ଗଠାରେ ୧୧ଜଣ ସ୍ଵେଚ୍ଛାସେବୀ ଶିକ୍ଷକ ମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲାଞ୍ଜିଗଡ଼ ବ୍ଲକରେ ୫୦ ଗୋଟି ମୋ ଚାଟଶାଳୀ କେନ୍ଦ୍ର ଖୋଲିବା ପାଇଁ ନାଗରିକ ବିକାଶ ସଂଗଠନ ତରଫରୁ କଲ୍ୟାଣୀ ଦାସ ତାଲିମ ପ୍ରଦାନ କରିଛନ୍ତି । ଏହା ବହୁତ ଶିକ୍ଷଣୀୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଆତ୍ମଶକ୍ତି ଟ୍ରଷ୍ଟ, ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ୧୭ଗୋଟି ଜିଲ୍ଲାରେ ୭୫୦୦ଟି ମୋ ଚାଟଶାଳୀ କେନ୍ଦ୍ର ଖୋଲିବା ସହ ପ୍ରାୟ ୧ ଲକ୍ଷ ପିଲାଙ୍କୁ ପାଠ ପଢ଼ାଇବାର ଯୋଜନା ହାତକୁ ନେଇଥିବାର ଜଣାଯାଏ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result