No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ମାର୍ଚ୍ଚ,ସୋମବାର ) ଭୁବନେଶ୍ୱର :- ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଏକ ଓଡ଼ିଆ ଗୀତକୁ ସେ କଣ୍ଠଦାନ କରିଛନ୍ତି । ମହାମାନ୍ୟ ରାଜ୍ୟପାଳ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ ଶୀର୍ଷକ ଏକ ଗୀତ ଗାଇଛନ୍ତି । ଏହି ଗୀତ ପାଇଁ ଓଡ଼ିଶାର ଅନ୍ୟ ୧୫ ଜଣ ଶିଳ୍ପୀ କଣ୍ଠଦାନ କରିଛନ୍ତି । ନିଳାଦ୍ରୀବିହାରର ଏକ ଷ୍ଟୁଡ଼ିଓରେ ରବିବାର ଦିନ ଏହି ଗୀତର ରେକର୍ଡିଂ କରାଯାଇଥିଲା ।
ପ୍ରଫେସର ଲାଲ ଏହି ଅବସରରେ କହିଛନ୍ତି ଯେ ,ଏହା କେବଳ ଓଡ଼ିଶା ମାଟିର ଗୁଣଗାନ ନୁହେଁ, ଏହା ଭଗବାନଙ୍କ ପ୍ରତି ସମର୍ପିତ ଓ ସମସ୍ତଙ୍କ ମନକୁ ଏହା ଛୁଇଁବ । ଗୀତର ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ କହିବା ଅନୁଯାୟୀ ସମଗ୍ର ମାନବଜାତିର ଆଧ୍ୟାତ୍ମିକ ଉପଲବ୍ଧି ପାଇଁ ଓଡ଼ିଶାର ସଂସ୍କୃତି କିଭଳି ଅବଦାନ ଦେଇ ଆସିଛି ତାହା ଏହି ଗୀତର ନିର୍ଯ୍ୟାସ । ଗୀତଟିକୁ ବସନ୍ତରାଜ ସାମଲ ଲେଖିଥିବା ବେଳେ ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସ ଅବସରରେ ଏହାର ଲୋକାର୍ପଣ କରାଯିବ ।
No Result
View All Result