No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର) ଦଶପଲ୍ଲା :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ପର୍ବତ ଶିଖରରେ ଫୁଟିଛି କଇଁ।ଯାହାକି ଓଡ଼ିଶା ଇତିହାସ ରେ ପ୍ରଥମ। ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଚଡେୟା ପଲ୍ଲୀ ଠାରେ ଦଶପଲ୍ଲା ବିଧାୟକ ଙ୍କ ନିଜସ୍ଵ ଏମ୍ ଏଲ ଏ ପାଣ୍ଠିରେ ପ୍ରତିଷ୍ଠା ହୋଇଥିବା ବି ଏସ୍ ଏନ୍ ଏଲ ଟାୱାର ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ,ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବି. ଏସ . ଏନ୍ .ଏଲ ଟାୱାର ଉଦଘାଟନ କରିଥିଲେ ।

ଅଞ୍ଚଳ ର ଉନ୍ନତି ପାଇଁ ଅହରହ ପ୍ରଚେଷ୍ଟା ଜାରି ରହିଥିବା ଦଶପଲ୍ଲା ବିଧାୟକ ଙ୍କୁ ସାଂସଦ ପ୍ରଶଂସା କରିଥିଲେ।ସ୍ଵାଧୀନତା ର ୭୩ ବର୍ଷ ପରେ ଚଡେୟା ପଲ୍ଲୀ,ନୂଆଗାଁ,କଳସ ଖମଣ ଭଳି ଦୁର୍ଗମ ଅଞ୍ଚଳର ଲୋକମାନେ ଟାୱାର ନଥିବା ଯୋଗୁ ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ର ସମୁଖୀନ ହେଉଥିଲେ।ଏପରିକି ମୋବାଇଲ ସାହାଯ୍ୟରେ କଥାବାର୍ତ୍ତା ହେବା ତାଙ୍କ ପାଇଁ ସ୍ବପ୍ନ ଥିଲା। ବିଧାୟକ ନିଜସ୍ଵ ଅନୁଦାନ ପାଣ୍ଠିରେ ଟାୱାର ପ୍ରତିଷ୍ଠା ହୋଇପାରିଥିବା ରୁ ଦଶପଲ୍ଲା ବିଧାୟକ ଙ୍କ ଏଭଳି କାର୍ଯ୍ୟକୁ କନ୍ଧମାଳ ସାଂସଦ ପ୍ରଶଂସା କରିଥିଲେ।ତତ୍ ସହିତ ଏଭଳି ଦୁର୍ଗମ ଅଞ୍ଚଳ ର ଲୋକମାନଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଏକ ଆମ୍ବୁଲାନ୍ସ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଆଗାମୀ ଦିନରେ ଦୁର୍ଗମ ଅଞ୍ଚଳ ଆଉ ଦୁର୍ଗମ ଅଞ୍ଚଳ ଆଉ ରହିବ ନାହିଁ ବୋଲି ଦଶପଲ୍ଲା ବିଧାୟକ କହିଥିଲେ।ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ,

ଓଡ଼ିଶା ମୋ ପରିବାର ସମ୍ପର୍କରେ ବର୍ଣ୍ଣନା କରିବା ସହ ମହିଳା ସଶକ୍ତିକରଣ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ।ସମ୍ମାନୀତ ଅତିଥି ଭାବେ ସାହୁ,ଭୁବନେଶ୍ୱର ପି ଜି ଏମ୍ ଟି ଡି ହରିଶ୍ ଚନ୍ଦ୍ର ମହାନ୍ତି,ଭୁବନେଶ୍ୱର ବି ଏସ ଏନ୍ ଏଲ ( ଇବି ଆଣ୍ଡ ସି ଏମ୍)ଦୁଷ୍ମନ୍ତ କୁମାର ବେହେରା,ବ୍ଲକ୍ ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ, ବିଡ଼ିଓ ବିଶ୍ଵ ରଞ୍ଜନ ବିଶ୍ୱାସ, ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର,ଗଣିଆ ବ୍ଲକ୍ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳ ର ବିକାଶ ପାଇଁ ବିଧାୟକ ଙ୍କ ପ୍ରଚେଷ୍ଟା କୁ ପ୍ରଶଂସା କରିଥିଲେ।ନାରୀ ନେତ୍ରୀ ସଂଯୁକ୍ତା ଦାସ୍ ଗୁପ୍ତା ଧନ୍ୟବାଦ୍ ଅର୍ପଣ କରିଥିଲେ।ଦଶପଲ୍ଲା ବିଧାୟକ ଙ୍କ ନିଜସ୍ଵ ବିଧାୟକ ପାଣ୍ଠିରେ ଟାୱାର ପ୍ରତିଷ୍ଠା ହେବା ଯାହାକି ଓଡ଼ିଶାରେ ପ୍ରଥମ।ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଲୋକମାନଙ୍କ ଦୁଃଖ ଦୂର କରିଥିବା ଦଶପଲ୍ଲା ବିଧାୟକ ଏବଂ ଉଦଘାଟକ ଭାବେ ଯୋଗ ଦେଇଥିବା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଙ୍କୁ ଶହ ଶହ ଆଦିବାସୀ ମହିଳା ଓ ପୁରୁଷ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)।

No Result
View All Result