No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଫେବୃଆରି,ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧିନରେ ଥିବା ୨୨ ଟି ଆଦିବାସୀ ଗ୍ରାମ ଏବଂ ଖାଲ ମଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ପ୍ରତ୍ୟକ୍ଷ ଠାକୁରାଣୀ ମା ବାଗ ଦେବୀ ଙ୍କ ଯାତ୍ରା ଉତ୍ସବ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଯାତ୍ରା କମିଟି ସଭାପତି ନରସିଂହ ଜାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଙ୍କ ଦର୍ଶନ କରିବା ସହ ମା ଙ୍କ ପୀଠର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।

ତତ୍ ସହିତ ମା ଙ୍କ ପୀଠରେ ଥିବା ପାନୀୟ ଜଳ ଯୋଗାଣ ସମସ୍ୟା ଦୂରୀକରଣ ଏବଂ ଯାତ୍ରା ଉତ୍ସବ ପାଳନ ପାଇଁ ଏକ ପେଣ୍ଡାଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଦଶପଲ୍ଲା ବିଧାୟକ ମା ବାଗ ଦେବୀ ଙ୍କ କିମ୍ବଦନ୍ତୀ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ, ଜାକେଡ଼ା ସରପଞ୍ଚ ତ୍ରିଲୋଚନ ସାହୁ ,ପୂର୍ବତନ ସମିତି ସଭ୍ୟ ତଥା ବରିଷ୍ଠ ବିଜେଡ଼ି ସଂଗଠକ ଦିଲ୍ଲୀପ କୁମାର ଦଳ ବେହେରା, ଜାକେଡ଼ା ସମିତି ସଭ୍ୟ ଙ୍କ ପ୍ରତିନିଧି ପାଣୁ ଚରଣ ଖଣ୍ଡୁଆଳ,ବିଜେଡ଼ି ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ ,

ଯାତ୍ରା କମିଟି ସମ୍ପାଦକ ଅଇଁଠା ଜାନୀ,ବିଜେଡ଼ି ଯୁବ ନେତା ଦିଲ୍ଲୀପ ଜାନୀ ପ୍ରମୁଖ ଯୋଗ ଦେଇ ଅଞ୍ଚଳର ବିକାଶ , ମା ଙ୍କ ପୀଠର ବିକାଶ ପାଇଁ ବିଧାୟକ ଙ୍କ ପ୍ରଚେଷ୍ଟା ରେ ଏକ ମଣ୍ଡପ ଏବଂ ଏକ ରୋଷେଇ ଗୃହ ନିର୍ମାଣ ହେଉଥିବାରୁ ବିଧାୟକ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ପରିଶେଷରେ ସ୍ବେଚ୍ଛାସେବୀ ନିତୁନ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଯାତ୍ରା କମିଟି ଏବଂ ପଞ୍ଚାୟତ ବାସୀ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)।
No Result
View All Result